STORYMIRROR

Banabihari Mishra

Tragedy

3  

Banabihari Mishra

Tragedy

ମୋ ହୃଦୟ

ମୋ ହୃଦୟ

1 min
86

ପହିଲି ଦେଖାରେ          ଭଲ ମୁଁ ପାଇଲି

     ଭୁଲ୍ ଖାଲି ମୋର ଏତିକି ହେଲା

ହୃଦୟଟା ତାର             କିଣି ପାରିଲିନି

     ହୃଦୟ ହାରିବା ଯା ସାର ହେଲା।

ମନ ବେପାରରେ           ଅଭିଜ୍ଞତା ନାହିଁ

     ଅନେକ କିଛି ମୁଁ ସହିଲି କ୍ଷତି

ଏଣିକି ଆଗ ମୁଁ              ହୃଦୟ କିଣିବି

     ନିଜ ହୃଦୟକୁ ରଖି ସାଇତି।

ଭଲଭାବେ ତାକୁ            ପରଖି ଦେଖିବି

    କେତେ ଜାଗା ସେଠି ମୋ ପାଇଁ ଅଛି

ଅବା ମୁଁ ଭାବିବା            ଜାଗାରେ ଆଗରୁ

        ଆଉ କିଏ ଯାଇ ବସିଯାଇଛି।

ଆଗତୁରା କରି              ଦେଇ ମୁଁ ଦେବିନି

    ଗୋଟେ ବୋଲି ମୋର ହୃଦୟ ଅଛି

କାଳେ ଭାଙ୍ଗିଦେବ          ଟୁକୁଡା କରିବ

      ସେଥିଲାଗି ପରା ଡର ଲାଗୁଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy