ମୋ ହୃଦୟ
ମୋ ହୃଦୟ
ପହିଲି ଦେଖାରେ ଭଲ ମୁଁ ପାଇଲି
ଭୁଲ୍ ଖାଲି ମୋର ଏତିକି ହେଲା
ହୃଦୟଟା ତାର କିଣି ପାରିଲିନି
ହୃଦୟ ହାରିବା ଯା ସାର ହେଲା।
ମନ ବେପାରରେ ଅଭିଜ୍ଞତା ନାହିଁ
ଅନେକ କିଛି ମୁଁ ସହିଲି କ୍ଷତି
ଏଣିକି ଆଗ ମୁଁ ହୃଦୟ କିଣିବି
ନିଜ ହୃଦୟକୁ ରଖି ସାଇତି।
ଭଲଭାବେ ତାକୁ ପରଖି ଦେଖିବି
କେତେ ଜାଗା ସେଠି ମୋ ପାଇଁ ଅଛି
ଅବା ମୁଁ ଭାବିବା ଜାଗାରେ ଆଗରୁ
ଆଉ କିଏ ଯାଇ ବସିଯାଇଛି।
ଆଗତୁରା କରି ଦେଇ ମୁଁ ଦେବିନି
ଗୋଟେ ବୋଲି ମୋର ହୃଦୟ ଅଛି
କାଳେ ଭାଙ୍ଗିଦେବ ଟୁକୁଡା କରିବ
ସେଥିଲାଗି ପରା ଡର ଲାଗୁଛି।
