STORYMIRROR

Baijayantimala Rout

Classics Inspirational

2  

Baijayantimala Rout

Classics Inspirational

ମୋ ଗୁରୁ

ମୋ ଗୁରୁ

1 min
133

ଆଦ୍ଯ ଗୁରୁ ମୋର ଅଟନ୍ତି ଯେ ମାତା 

ଦ୍ବିତୀୟ ଗୁରୁ ମୋ ପିତା ,

ତୃତୀୟ ଗୁରୁ ମୋ ଅଟନ୍ତି ଶିକ୍ଷକ

ସେ ମୋହର ଶିକ୍ଷାଦାତା ।

ମାତା ଶିଖାଇଲେ ପ୍ରଥମ ଅକ୍ଷର 

ମାଆ ମାଆ ଡାକ ଦେଲି ,

ପିତା ଶିଖାଇଲେ ସଂସ୍କାର ଚଳଣି 

ନୀର୍ଭିକ ହେବା ଶିଖିଲି ।

ଶିକ୍ଷାଗୁରୁ ମୋର ଅନ୍ଧାର ପଥରୁ 

ହାତ ଧରି ନେଇଗଲେ ,

ଆଲୋକିତ ପଥ ଦର୍ଶାଇଲେ ମୋତେ

ଉତ୍ତମ ଶିକ୍ଷା ସେ ଦେଲେ ।

ଅଜ୍ଞନତା ହରି ମନରୁ ମୋହରି

ଦେଲେ ମୋତେ ଦିବ୍ଯଜ୍ଞାନ ,

ଉନ୍ନତି ପଥରେ କରି ଅଗ୍ରସର

ସୁଖେ ବିତାଇଲି ଦିନ ।

ଗୁରୁ ବିନା ନାହିଁ ସଂସାରରୁ ମୁକ୍ତି

ଗୁରୁ ସାକ୍ଷାତ ଈଶ୍ୱର ,

ଗୁରୁ ପାଦ ସେବି ମୋକ୍ଷ ପ୍ରାପ୍ତି ହେବି 

ଏଇ ଜୀବନ ମୋହର ।



Rate this content
Log in

Similar oriya poem from Classics