STORYMIRROR

ମୋ ଗାଁର ଅଭୁଲା ଜାଗା

ମୋ ଗାଁର ଅଭୁଲା ଜାଗା

1 min
284

ମୋତେ ଭଲ ଲାଗେ 

ମୋ ଗାଆଁର ସେଇ ଚିର ପରିଚିତ ବୁଢ଼ା ବରଗଛର ଛାଇ ତଳ ଅଭୁଲା ସ୍ଥାନ,

ଯାହା ତଳେ ମୁଁ ଖେଳୁଥିଲି ବାଗୁଡ଼ି,

ନଟୁ, ଡାଳି ମାଙ୍କୁଡି ସଖା ମେଳେ..!!


ପକ୍ଷୀ ମାନଙ୍କର କୋଳାହଳରେ

ମୋତେ ଭଲ ଲାଗେ ମୋ ଗାଁର

କାଦୁଅ ଭରା ଧାନ ବିଲ,

ଅନ୍ଧୁଳି ବସାଇ ମାଛ ଧରୁଥିବା

ସେଇ ଚଷା ପୁଅର ଧାରେ ହସ..!!


ବାର ମାସ ତେର ପରବରେ ଲହରି ତ ପ୍ରତିଟି ମନରେ ଖୁସିର ଢେଉ,

ଗାଆଁ ମାଟିର ଶ୍ରାବଣରେ ଭିଜା ମାଟିର ବାସ୍ନା,

କାଗଜ ଡଙ୍ଗାର ଦୋଳୟମାନ ଚିତ୍ର,

ସତରେ ସବୁଦିନ ପାଇଁ ଅଭୁଲା ହୋଇ ରହିଥାଏ,

ମୋ ମନରେ ଗୋଟେ ଅଭୁଲା ସ୍ଥାନର ରୂପ ରେଖ ନେଇ..!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama