STORYMIRROR

ସନାତନ ଦାସ

Drama

3  

ସନାତନ ଦାସ

Drama

ମୋ ଗାଁର ଅଭୁଲା ଜାଗା

ମୋ ଗାଁର ଅଭୁଲା ଜାଗା

1 min
279

ମୋତେ ଭଲ ଲାଗେ 

ମୋ ଗାଆଁର ସେଇ ଚିର ପରିଚିତ ବୁଢ଼ା ବରଗଛର ଛାଇ ତଳ ଅଭୁଲା ସ୍ଥାନ,

ଯାହା ତଳେ ମୁଁ ଖେଳୁଥିଲି ବାଗୁଡ଼ି,

ନଟୁ, ଡାଳି ମାଙ୍କୁଡି ସଖା ମେଳେ..!!


ପକ୍ଷୀ ମାନଙ୍କର କୋଳାହଳରେ

ମୋତେ ଭଲ ଲାଗେ ମୋ ଗାଁର

କାଦୁଅ ଭରା ଧାନ ବିଲ,

ଅନ୍ଧୁଳି ବସାଇ ମାଛ ଧରୁଥିବା

ସେଇ ଚଷା ପୁଅର ଧାରେ ହସ..!!


ବାର ମାସ ତେର ପରବରେ ଲହରି ତ ପ୍ରତିଟି ମନରେ ଖୁସିର ଢେଉ,

ଗାଆଁ ମାଟିର ଶ୍ରାବଣରେ ଭିଜା ମାଟିର ବାସ୍ନା,

କାଗଜ ଡଙ୍ଗାର ଦୋଳୟମାନ ଚିତ୍ର,

ସତରେ ସବୁଦିନ ପାଇଁ ଅଭୁଲା ହୋଇ ରହିଥାଏ,

ମୋ ମନରେ ଗୋଟେ ଅଭୁଲା ସ୍ଥାନର ରୂପ ରେଖ ନେଇ..!!


Rate this content
Log in

Similar oriya poem from Drama