STORYMIRROR

Basanti Pattnaik

Classics Inspirational

3  

Basanti Pattnaik

Classics Inspirational

ମୋ ଗାଁ ଟି

ମୋ ଗାଁ ଟି

1 min
174

 ମୋ ଗାଁ ଟି ସତେ କେଡ଼େ ସୁନ୍ଦର

ମୋହିଥାଏ ମନ ସବୁରି ଙ୍କର

ଆମ ଗ୍ରାମ ର ଗ୍ରାମ ଦେବୀ

ଆବାହମାନ କାଳରୁ ଅଛନ୍ତି ଜଗି ।

କାଇ ମାଟିର ରାସ୍ତା ଟି ଲମ୍ବିଛି

ଦୁଇ ଖଣ୍ଡିକୁ ସିଏ ତ ଯୋଡିଛି

ଗ୍ରାମର ସ୍କୁଲ ଟି ମୁହଁ ରେ ରହିଛି

କେତେ ବିଦ୍ୱାନୀ ସିଏ ଗଢିଛି ।

ଗ୍ରାମ ପୋଖରୀ ଟି କେଡେ ସୁନ୍ଦର

ଚ‌ଉଦିଗେ ଘେରିଛି ନଡ଼ିଆ ଗଛ ମାଳ 

ସକାଳେ, ସନ୍ଧ୍ୟା ବେଳେ ଏଠି ତ ଭିଡ

ଚାନ୍ଦିନୀ ଉପରେ ଲାଗେ ତାସ୍ ର ମାଡ଼ ।

ରାସ୍ତାର ଦୁଇ ପାଖେ ନଡ଼ିଆ ଗଛ ଧାଡ଼ି

ଭାରି ଖୁସି ଲାଗେ ଗ୍ରାମ କୁ ଦେଖି

ଆମ୍ବ,ପଣସ, ଖଜୁରୀ ଗଛ ମାଳ

ମହକ ବାସରେ ହସୁଥାଏ ମୋ ଗ୍ରାମ ।

ପୁରୀ କୁ ଗଲେ ବାଟେ ବାଟ ମଙ୍ଗଳା

ପାଖରେ ରହିଛି ଏହି ଗ୍ରାମ ଟି ପରା

ବୀର ହରେକୃଷ୍ଣ ପୁର ନାମ ଟି ତାର

ଶାସନୀ ବ୍ରାହ୍ମଣ ଗ୍ରାମ ଋପେ ବିଖ୍ୟାତ

ବହୁ ମାନୀ,ଗୁଣି, ବିଦ୍ୱାନ ପଣ୍ଡିତ ।

ରଖି ଯାଇଛନ୍ତି ଏହାରି ଟେକ

ଶୀତଳ ଷଷ୍ଠୀ ପୂଜାରେ ଲାଗ‌ଇ ଭିଡ଼

ଭାଇ ଚାରାରେ ଝୁମନ୍ତି ହୋଇ ଆନନ୍ଦ

ଖେଚେଡ଼ି,କ୍ଷିରି, ପିଠା ପଣା ରେ

ଚୁଡ଼ା ଘଷା,ଡାଲ୍ ମା ଭୋଗ ଲାଗେ ରେ ।

ଦୁଆର ଦୁଆର ଠାକୁର ବୁଲନ୍ତି

ଭୋଗ ଖାଇ ଖୁସିରେ ସେ ଝୁମନ୍ତି

ଛୋଟ ପିଲା ଠାରୁ ବୁଢ଼ା ବୁଢି ଯାଏଁ

ସଭିଏଁ ଖାଇକି ବୁଲନ୍ତି ପ୍ରଫୁଲ୍ଲ ଚିତ୍ତେ

ଖଣ୍ଡି ମଝିରେ ଲାଗେ ବାଣର ଖେଳ

ଆଲୋକ ମାଳା ରେ କମ୍ପେ ଚ‌ଉଦୀଗ

ପୂଜା ପାର୍ବଣ ବାଣ୍ଟ‌ଇ ପ୍ରେମ ର ଧାରା

ଶାନ୍ତି ମୈତ୍ରୀ ର ଏକତା ବାର୍ତ୍ତା

ମୋ ଗାଁ ଟି ଦେଖି ମନ ଆନନ୍ଦେ

ଖୁସି ରେ ଉତ୍ଫୁଲ ହୋଇ ମୁଁ ଉଠେ

ଆଧୁନିକତା ଗ୍ରାସ କରୁଛି

ଗ୍ରାମ ର ମହତ୍ତ୍ଵ ହଜିଯାଉଛି

ବିଷାଦ ଲାଗେ ଏହାକୁ ଦେଖି

ଗ୍ରାମ ରେ ସହରୀ ସ୍ଵାଦ ର ଛବି।

ସଭିଙ୍କ ଗ୍ରାମ ତ କେତେ ସୁନ୍ଦର

ଏହାର ମହତ୍ତ୍ଵ ରଖରେ ସାଙ୍ଗ

ଗ୍ରାମ ର ସ୍ବାଦ ତ ସହରେ ନାହିଁ

ଏହାକୁ ବଞ୍ଚାଇ ରଖରେ ଭାଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics