STORYMIRROR

ସନାତନ ଦାସ

Classics

3  

ସନାତନ ଦାସ

Classics

ମୋ ଗାଁ ନଈ

ମୋ ଗାଁ ନଈ

1 min
208

ମୋ ଗାଁ ନଈ ତୁମ ଗାଁ ଛୁଇଁ 

ବହିଯାଏ ଗୀତ ଗାଇ,

କୁଳୁ କୁଳୁ ନାଦେ ସଙ୍ଗୀତ ସୁରରେ

ତୁମକୁ ଦେଇ ଅନାଇ..!!


ତୁମ ପାଦ ସ୍ପର୍ଶ ନଈ ର ପାଣିରେ

ଲହରୀତ ଯେବେ ହୁଏ,

ତରଙ୍ଗାୟିତ ହୋଇ ସେଇ ପାଦ ଛୁଆଁ

ମନକୁ ମୋ ଛୁଇଁଯାଏ..!!


ମୋ ଗାଁର ସେଇ ହଂସୁଆ ନଈ ର ସୌନ୍ଦର୍ଯ୍ୟର ନାହିଁ ତୁଳନା,

ଅଭିମାନୀ ଭାରି ଆମ ଗାଆଁ ନଈ

ସତେକି ଷୋଡ଼ଶୀ ଲଳନା..!!


କେତେ ଯେ ସ୍ମୃତି ଜାବୁଡ଼ି ଧରିଛି ଅତୀତର ସବୁ କଥା,

ଜୀବନ ଯମୁନା ବିତି ଗଲେ ବି

ସରିବନି ତାର ଗାଥା..!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics