Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rama chandra Pradhan

Abstract Inspirational

3  

Rama chandra Pradhan

Abstract Inspirational

ମୋ ଗାଁ, ମୋ ସଂସ୍କୃତି

ମୋ ଗାଁ, ମୋ ସଂସ୍କୃତି

1 min
181


ଆଜି ବି ସେମିତି ମୋ ଗାଆଁ ହସୁଛି

ପଲ୍ଲୀ ପ୍ରକୃତିର କୋଳେ

ବଦଳିନି କିଛି ତା' ମିଠା ସଂସ୍କୃତି

ସମୟର ଅନ୍ତରାଳେ l

ରଜଦୋଳି ଖେଳ ସାଙ୍ଗସାଥି ମେଳ

ଭାରି ମଜା ଲାଗେ ଏଠି

ଆପଣା ପଣର ନିଆରା ବାସନା

ବାରି ହୁଅଇ ସବୁଠି l

ଏବେ ବି ହେଉଛି ବରଷକୁ ଥରେ

ମୋ ଗାଆଁରେ ଦୋଳଯାତ

ଭାଗବତ ଟୁଙ୍ଗି ସ୍ମୃତି ବଖାଣୁଛି

ପୋଥି ସଙ୍ଗେ ବସି ମିତ l

କୁଳବଧୂ ଜାଳେ ନିତି ସଞ୍ଜବତୀ

ତୁଳସୀ ଚଉଁରା ମୂଳେ

ମନ୍ଦିର ବେଢ଼ାରୁ ଶୁଭେ ଘଣ୍ଟଧ୍ଵନି

ପୁଣ୍ୟଭରା ସ୍ୱାୟଂକାଳେ l

ଭାଇଚାରା ଭାବ ପ୍ରତିବେଶୀ ଶ୍ରଦ୍ଧା

ମନେ ତୋଳେ ଆତ୍ମୀୟତା

ଏକତା ମନ୍ତ୍ରରେ ପ୍ରାଣବନ୍ତ ଆଜି

ମୋ ଗାଁ ସଂସ୍କୃତି ସଭ୍ୟତା l

ମୋ ଗାଆଁ ଅଟଇ ସବୁଠୁ ସୁନ୍ଦର

ନାହିଁ କିଛି ପରାଭିନ୍ନ 

ବିକାଶ ପଥରେ ଏବେ ସେ ଆଗରେ

ନାହିଁ କଳହର ଚି଼ହ୍ନ l



Rate this content
Log in