STORYMIRROR

Rabindra kumar Sahoo

Abstract Inspirational

4  

Rabindra kumar Sahoo

Abstract Inspirational

"ମୋ ଗାଁ ମାଟି"

"ମୋ ଗାଁ ମାଟି"

1 min
347

 ମୋ ଗାଁ ମାଟି ମୋତେ ଭଲ  ମୋ ବାପା ମା ମୋତେ ଭଲ

  ମୋ ସାଙ୍ଗ ସାଥୀ ମୋତେ ଭଲ

   ମୋ ଗାଁ ବିଲବାଡି ମୋତେ ଭଲ

 ମୋ ବନ୍ଧୁ ପରିଜନଙ୍କ ଗେଲ 

   ମୋତେ ଭଲ ।

 ମୋ ମାତୃଭୂମି ମୋତେ ଭଲ

  ମୋ ମାତୃଭାଷା ମୋତେ ଭଲ

   ମୋ ଗଣତନ୍ତ୍ର ମୋତେ ଭଲ

   ମୋ ଜାତି ମୋ ଜାତୀୟ ପତାକା

     ମୋତେ ଭଲ ।

   

 ମୋ ସମ୍ବିଧାନ ମୋତେ ଭଲ

   ମୋ ଶ୍ରମିକ କୃଷକ ମୋତେ ଭଲ

   ମୋ ବୁଦ୍ଧିଜୀବି ମୋତେ ଭଲ

  ମୋ ସାହିତ୍ୟ ସାହିତ୍ୟିକ ମୋତେ ଭଲ

   ମୋ ସମତା ମମତା ମୋତେ ଭଲ

   ମୋ ସାମ୍ୟବାଦ ସମାଜବାଦ

    ମୋତେ ଭଲ ।


   ମୋ ଗାଁ ପୋଖରୀ

   ମୋ ଗାଁ ନଈ ନାଳ ମୋତେ ଭଲ

    ମୋ ନୀତି ନୈତିକତା ଆଦର୍ଶ

     ମୋତେ ଭଲ

   ମୋ ସାହି ଭାଇ ମୋତେ ଭଲ

   ମୋ ସମାଜ ସେବା ମୋତେ ଭଲ

    ମୋ ମା ଭଉଣୀ ମୋତେ ଭଲ

  ମୋ ମା ଭଉଣୀଙ୍କ ଇଜ୍ଜତ ମୋତେ ବଡ

  କନ୍ୟା ସନ୍ତାନ ଙ୍କ ସୁରକ୍ଷା ମୋ ପାଇଁ ଭଲ

   ବଧୂ ନିର୍ଯ୍ୟାତନା ବିରୁଦ୍ଧେ ଲଢିବା ପାଇଁ

    ମୋ'ର ସ୍ଵର ସଦା ଥାଏ ଦୃଢ

   ନାରୀ ନିର୍ଯ୍ୟାତନା ବିରୁଦ୍ଧେ ଲଢିବା

     ମୋ' ପାଇଁ ଗର୍ବ ସମ ତୁଲ ।


   ମୋ ପର୍ବପର୍ବାଣୀ

   ମୋ ସଂସ୍କାର ସଂସ୍କୃତି

    ମୋତେ ଭଲ

  ମୋ ଗାଁ ମେଳା ମହୋତ୍ସବ

   ମୋତେ ଭଲ

  ମୋ ଦେଶ ମୋ ମାଟି 

   କେତେ ଭଲ

  ମୋ ଗାଁ କ୍ଷେତ

 ମୋ ଗାଁ ମିତ

  ମୋ ଗାଁ ଚଷାପୁଅ ଗୀତ

   ମୋତେ ଭଲ

 ମୋ ଗାଁ ଜଙ୍ଗଲ

   ମୋ ଗାଁ ପାହାଡ଼ ପର୍ବତ

  ମୋ ଗାଁ ଉପବନ

   ମୋ ଗାଁ ଝରଣା

 ମୋତେ ଭଲ

  ମୋ ଗାଁ ମାଛ

  ମୋ ଗାଁ ଗଛ

  ସତେ କେତେ ଭଲ

 ମୋ ଗାଁ ମା ମାଟି

   ମୋତେ ଭଲ ।


  


    


Rate this content
Log in

Similar oriya poem from Abstract