STORYMIRROR

Goutam Swain

Tragedy Action Inspirational

4  

Goutam Swain

Tragedy Action Inspirational

" ମୋ ଗାଁ-୩ "

" ମୋ ଗାଁ-୩ "

1 min
50

ଗାଁଟି ମୋର ଗାଁ ପରିକା ଲାଗୁନି ଜମା ଆଉ

ଚକଚକିଆ ପିଚୁ ରାସ୍ତାରେ ଖସୁନି ଗୋଡ ଆଉ  

ବରଷା ହେଲେ ଝର ଫିଟୁନି ରଡୁନୀ ବେଙ୍ଗ ଆଉ 

ତଲାରୀ ଧରି ରଘୁ ମଉସl ଯାଉନି ଝାଡା ଆଉ  


ସକାଳୁ ଉଠି ଲଙ୍ଗଳ ଧରି ଯାଉନି ଚାଷୀ ଆଉ 

ସଞ୍ଜ ହୋଇଲେ ଗୋଠରୁ ଗାଇ ଫେରୁନି କାଇଁ ଆଉ  

କାଠ ବିକାଳୀ ଗୋଚ୍ଛା ମୁଣ୍ଡାଇ ଚାଲୁନି ଧାଡି ଆଉ 

ବିଲୁଆ ନନା ଗାତରେ ରହି ଡାକୁନି ହୁକେହୁଉ 

  

ଓଷା ପରବେ ଗାଁ ଦାଣ୍ଡରେ ଚିତା ପଡୁନି ଆଉ 

କାଲି ଆସିଛି ନୂଆବୋହୂଟା ଲାଜ କରୁନି ଆଉ 

ଟୁଙ୍ଗି ଘରରୁ ଭଜନ ଗାନ ଶୁଭା ଯାଉନି ଆଉ 

ପୋଖରୀ ତୁଠ ଖାଲି ପଡୁଛି ଯମୁନି ଖଟି ଆଉ  


ଓଡ଼ିଆ ଘର ପଖାଳ କଂସା ଦିଶୁନି ଜମା ଆଉ   

ଶ୍ରାବଣମାସେ ଶ୍ରାବଣ ଛତୁ ଫୁଟୁନି କାଇଁ ଆଉ  

କୃଷ୍ଣଚୁଡ଼ାର ରଙ୍ଗ ଦିଶୁନି ଵାସୁନି କିଆ ଆଉ 

କାଶତଣ୍ଡୀର ଶୋଭାରେ ମହି ମହକୁ ନାହିଁ ଆଉ  


ଆମ୍ବ ତୋଟାରେ କୋଇଲି ସ୍ୱର ଶୁଭୁନି ଜମା ଆଉ 

ଘର ଚଟିଆ ଘର ଚାଳରେ ବସା ବାନ୍ଧୁନି ଆଉ  

ମନ୍ଦିର ବେଢା ଭିତରୁ ଘଣ୍ଟ ଶୁଭୁନି କାହିଁ ଆଉ 

ହୁଳହୁଳିଟା ଶିଖେଇଲେ ବି ଶିଖି ହଉନି ଆଉ

 

ଗାଁରେ ନାହିଁ ଯାନୀ ଯନ୍ତlଳ ପୁନେଇ ପର୍ବ ଆଉ 

କୁସ୍ତି ଲଢେଇ ମରଦ ପୁଅ ଜିତୁନି ବାଜି ଆଉ 

ନ ଥାଉ ପଛେ ଏ ସବୁ କିଛି ଭାଇଚାରାଟି ଥାଉ  

ସବୁରି ମୁହେଁ ହସ ଫୁଟାଇ ମୋ ଗାଁଟି ହସୁଥାଉ ମୋ ଗାଁଟି ହସୁଥାଉ l


Rate this content
Log in

Similar oriya poem from Tragedy