ମୋ ଦେଶ
ମୋ ଦେଶ
ମୋ ଦେଶ ଭଳି ଦେଶ ଟେ ନାହିଁ,
ତା ଗୁଣ ର ତ ତୁଳନା ନାହିଁ।
ମା ଭଳି ଅଟେ ଏ ଦେଶ ମୋର,
କୋଳେ ତା ର ଶିଶୁ ସବୁ ଜାତି ଧର୍ମ ର।
ହିନ୍ଦୁ,ମୁସଲମାନ, ଶିଖ , ଇସାଇ,
ପାତର ଅନ୍ତର ତା ପାଇଁ ନାହି।
ଯେତୋଟି ରାଇଜ ତା ଛାତିରେ,
ବୋଲି ଅଲଗା ସବୁରି ଓଠରେ।
ପାହାଡ ପର୍ବତ ଛାତି ର ଧରି,
ଗର୍ବ ରେ ଠିଆ ଦେଶ ଆମରି।
ତା ବକ୍ଷ କୁ ଚିରି ସାଗର ନଈ,
ଆନନ୍ଦ ମନ ରେ ଯାଆନ୍ତି ବହି।
ଷଡୠତୁ ଶାଢୀ ପିନ୍ଧି ତନୁ ରେ,
ସଜାଏ ନିଜକୁ କେତେ ରଂଗରେ।
ତା ଦେହ ରେ ଲେଖା ଆମ ସଂସ୍କୃତି।
ଇତିହାସ ରଚୁଥାଏ ସେ ନିତି।
କେତେ ବୀର ତାର ଛାତି ଉପରେ,
ତା ପାଇଁ ଲଢି ଜୀବନ ଦେଲେ।
କେତେ ମହାପୁରୁଷ ତାହାରି କୋଳେ,
ଜନ୍ମ ନେଇ ତାକୁ ଗର୍ବିତ କଲେ।
ରାମାୟଣ ଆଉ ମହାଭାରତ,
ଗୀତ ଗୋବିନ୍ଦ ଓ ଭାଗବତ।
ସବୁ ଇତିହାସ ଆଉ ପୁରାଣ,
ବୁକୁରେ ଧରି ମୋ ଦେଶ ମହାନ।
ପିନ୍ଧି ଥାଏ ସଦା ତ୍ରିରଙ୍ଗା ଶାଢୀ ,
ତା କାନି ରେ ସଭିଙ୍କୁ ଘୋଡେଇ କରି।
ସେ ରଖି ଥାଏ ଘଣ୍ଟ ଘୋଡେଇ,
ତା ମାନ ରଖିବା କରି ଲଢେଇ।
ଅହିଂସାର ପଥ ବାଛିବା ଆମେ,
ମା'ର ରକ୍ଷକ ହେବା ଯେ ଆମେ।
ଅମୃତ ରେ ଭରା ଦେଶ ଆମର,
କ୍ଷତ କରିବାନି ମନ କୁ ତାର।
ତା ପାଇଁ ପଛେ ଜୀବନ ଯାଉ।
ତା ମାନ ସମ୍ମାନ ଅଟଳ ରହୁ।