ମୋ ଦେଶ
ମୋ ଦେଶ
ଏଇ ମୋର ଦେଶ ଭାରତ ବର୍ଷ,
ଯାହାର ଆରମ୍ଭ ନାହିଁ ଯା' ଶେଷ,
ବିଦ୍ୟା,ଧନ,ଜ୍ଞାନ,ଗୁଣ ବିଶେଷ,
ଯେତେ ନେଲେ ହୁଏ ନାହିଁତ ଶେଷ;
ସେହିତ ଭାରତ ବର୍ଷ,
ଆଦିମ ଯୁଗରୁ ଅନନ୍ତ କାଳରୁ
ରହିଛି ନହେବ ନିଃଶେଷ, ଏହି ମୋ ଭାରତ ବର୍ଷ ।
ଦିବସ ରଜନୀ ସୂର୍ଯ୍ୟ ଚନ୍ଦ୍ର ତାରା,
ଖଚିତ ଅନନ୍ୟ ଦୃଶ୍ୟର ପସରା;
ସମ୍ଭବ ଭାରତେ ନାହିଁ ଭୂମଣ୍ଡଳେ,
ଋଷି,ମୁନି,ଯୋଗୀ,ଦେବତା ଜନ୍ମିଲେ;
ନାହିଁ ଏହି ପରିବେଶ,
ଦେବଭୁମୀ ଯାର ଶିଳା ଶାଳଗ୍ରାମ
ବିତରେ ଅହିଂସା ସୁବାସ, ଏହି ମୋ ଭାରତ ବର୍ଷ ।
ଏଠାରୁ ଆରମ୍ଭ ପରିବ୍ରାଜକ ଯେ,
କେତେ ଦୂର ଦେଶୁ ଆସି ପଦ ବ୍ରଜେ;
ଲେଖି ଯାଇଛନ୍ତି ଏହାର ଐତିହ୍ୟ,
ଅଭୂତପୂର୍ବ ଗୌରବ ମହନୀୟ;&nb
sp;
ବୁଦ୍ଧ,ଯୈନ,ରାମ,କୃଷ୍ଣ,
ପୂତ ଜମ୍ଵୂଦୀପ ଭାରତ ଭୂଖଣ୍ଡ
ଶାନ୍ତି ଯାର ଅଭିଳାଷ, ଏହି ମୋ ଭାରତ ବର୍ଷ ।
ମହୋଦଧି ଧୁଏ ତା ପଦ କମଳ,
ହିମାଦ୍ରି ମୁକୁଟ ଶୋଭିତ ଯା ଶୀର;
କଳ କଲ୍ଲୋଳିନୀ ଜାହ୍ନବୀର ଝର,
ସୁନାବ୍ୟା ସୁନୀଳ ପବିତ୍ର ସେ ନୀର;
ପତିତ ପାବିନୀ ବେଶ;
ଅଶେଷ ପାପି ଙ୍କ ପାପଧୌତ କରେ
ସେ ମୋକ୍ଷ ଦାୟିନୀ ବିଶେଷ, ଏଇ ମୋ ଭାରତ ବର୍ଷ ।
ବଇରୀ ଗଞ୍ଜନ ନବ ଅଭିଯାନ
ବୀର, ଯୋଧ୍ରୃ, ବିଦ୍ୟା, ବୈଜ୍ଞାନିକ, ଜ୍ଞାନ
ସରଜନା ସୃଷ୍ଟି ସବୁରେ ମହାନ
ଶିଳ୍ପ,କଳା,ଭାଷା,ସାହିତ୍ୟ ମଣ୍ଡନ
କରିଛି ପରା ମୋ ଦେଶ
ବିଶ୍ଵ ଗୁରୁ ବୋଲି ଉଡେ ଯା କେତନ
ସବୁରେ ସେହିତ ଉତ୍କର୍ଷ, ଏଇ ମୋ ଭାରତ ବର୍ଷ ।