Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

4  

Ajit Kumar Raut

Abstract

ମୋ ଦେଶ

ମୋ ଦେଶ

1 min
291



ଧର୍ମ ପରା ଅଟେ କର୍ମ ଆମର

କର କର୍ମ ପ୍ରୀତି ନିତି ଆଦର।

ଜନ କଲ୍ୟାଣର କାର୍ଯ୍ୟ ପରା ସେ,   

ଭରିଦେବ ଧର୍ମ ଜୀବନେ ଏହୁ ସେ

ବଢ଼ିବ ପ୍ରତିଷ୍ଠା ଦେଶେ ଯେ

ପବିତ୍ର ହୋଇବ ମନ ପ୍ରାଣ ସାରା 

ପ୍ରଶଂସା କରିବେ ସବୁ ଯେ ।


ଯିଏ ଯାହା କହୁ ସେବା ହିଁ ଧର୍ମ

ପ୍ରେମ ଶ୍ରଦ୍ଧା ତ୍ୟାଗ ମନୁଷ୍ୟ କର୍ମ।

 ମନୁଷ୍ୟ ଜୀବନେ ପରା ଏହୁ ସେ,

 ଭକ୍ତି କର୍ମ ଧର୍ମ ଆଣିବ ପରା ସେ।

କରିବା ଆଗୁଆ ସେହୁ ଯେ

ଦେବେ ଆଶୀର୍ବାଦ ପ୍ରଭୁ ଜଗନ୍ନାଥ

ଭକ୍ତି ପ୍ରୀତି ପଦେ ତାଙ୍କ ଯେ।


ସକାଳୁ ଉଠି ନିତ୍ୟକର୍ମ କରି

ଚରଣ ପ୍ରଭୁଙ୍କ ଭକ୍ତିରେ ଧରି।    

ତହୁଁ ଭକ୍ତି ପିତୃମାତୃ ସେବା ସେ   

ଅଟେ ଟି କର୍ତ୍ତବ୍ୟ ସେବା ରାଷ୍ଟ୍ରର ସେ

ପଢ ଭାଗବତ ନିତି ଯେ    

ଜୀବନ ଦୁର୍ଲଭ ସାର୍ଥକ ତହିଁରେ

ପଢ଼ିବା ଗୀତାକୁ ଆମେ ଯେ ।


ମନୁଷ୍ୟ ଧର୍ମ ଗୃହେ ସମଭାବ

ରାଷ୍ଟ୍ର ପ୍ରୀତି ଯହୁଁ ସେବାର ଭାବ।    

ଜୀବନ ଏ ଯାତ୍ରାରେ ରଖିବା ସେ    

ଅତି ଆବଶ୍ୟକ ପରା ମନୁଷ୍ୟେ ସେ ।

ସତ୍ୟ ବଚନ କହିବା ଯେ

ହିଂସା ଦ୍ୱେଷ ଭାବ ନ ରଖିବା କାରେ

କାର୍ଯ୍ୟ କରିବା କର୍ତ୍ତବ୍ୟେ‌ ଯେ ।


ସବୁଠୁ ପାପ ଜୀବହତ୍ୟା ପରା

ତ୍ୟାଗ କର ବନ୍ଧୁ ଜୀବନେ ସାରା।

କର୍ମ ପଥେ ରହି କର୍ମ କର ସେ

ଧର୍ମ ପଥେ ରହି କରିବା ସେବା ସେ।

ତହିଁ ସାର୍ଥକ ଜୀବନ ଯେ

ମାନବ କାର୍ଯ୍ୟକୁ ନିତି କରୁଥିବା

ଗୌରବ ଆଣିବା ରାଷ୍ଟ୍ରେ ଯେ ।




Rate this content
Log in