STORYMIRROR

LALIT MOHAN DASH

Abstract Inspirational

4  

LALIT MOHAN DASH

Abstract Inspirational

ମୋ ଦେଶ ଆଜି ସତେ କି ହସୁଛି

ମୋ ଦେଶ ଆଜି ସତେ କି ହସୁଛି

1 min
235


ତ୍ରିରଙ୍ଗା ଉଡୁଛି ହେଇ ଫର ଫର

ଆଗରୁ ଯେ ଆଜି ଅଗଷ୍ଟ ପନ୍ଦର

କେଉଁ ଲକ୍ଷ୍ୟ ନେଇ ବିଚାର କର

ଏ ନୀତି ପରା ଆମ ନେତାଙ୍କର....l1

ଛୋଟରୁ ଜାଣିଛି ପଢିଗଲି ଯେବେ

ଜାନୁଆରୀ ଛବିଶି ଅଗଷ୍ଟ ପନ୍ଦରେ

ଦୁଇଦିନ ଉଡେ ସାରା ଦେଶରେ

ଉତ୍ସବ ମନାନ୍ତି ସବୁ ଯାଗାରେ.........l2

ଦିନେ ଗଣତନ୍ତ୍ର ଦିନେ ସ୍ୱାଧୀନତା

ବାକି ଦିନେ ପରା ବିଧାନସଭା

ପୁଣି ଲୋକସଭା ରାଜ୍ୟସଭା

ନ୍ୟାୟାଳୟ ସରକାରୀ ବ୍ୟବସ୍ଥା.......l3

ପଞ୍ଚସ୍ତରିତମ ସ୍ୱାଧୀନତା ଦିବସ

ଅମ୍ରିତ ମହୋତ୍ସବ ମାନୁଛି ଦେଶ

ହର ଘର ହର ତ୍ରିରଙ୍ଗା ଆଦେଶ

ଯେଉଆଡେ଼ ଦେଖ ପତାକା ଦୃଶ୍ୟ....l4

ବନ୍ଦେ ମାତରମ ଜୟ ଜୟକାର

ଚାରିଆଡେ ଶୁଭୁଛି ଶୁଣ ହେ ସ୍ୱର

ଦେଶକୁ ସମସ୍ତେ ଗର୍ବିତ କର

ଆଜି ପରା ଭାଇ ଅଗଷ୍ଟ ପନ୍ଦର....l5

ପୂରୁବ ଗୌରବ ଦେଇ ପ୍ରାଣବଳୀ

କେତେ ଆନ୍ଦୋଳନ କେତେ ମହାକଳି

କେତେ ଫାଶୀ ପୁଣି କେତେ ମାଡଗାଳି

ଶହ ଶହ ମୁଣ୍ଡ ଯାଇଅଛି ଟଳି........l6

ଅହିଂସା ନୀତିକୁ ଶେଷେ ଆପଣେଇ

ମହାତ୍ମା ଗାନ୍ଧିଜୀ ଆସିଲେ ଧାଇଁ

ଗୋରା ସରକାର ପଡିଲେ ନଇଁ

ଭାରତ ଛାଡିକି ଗଲେ ପଳେଇ....l7

ହେଲା ଆମ ଦେଶ ଭାରତ ସ୍ୱାଧୀନ

ତ୍ରିରଙ୍ଗା ଉଡିଲା ବୋଲି ଜନଗଣ

ସ୍ୱାଧୀନତା ଖୁସି ଥିଲା ଏହି ଦିନ

ଏ ଦେଶ ଆମ ତ୍ରିରଙ୍ଗା ମହାନ.....ll8


Rate this content
Log in

Similar oriya poem from Abstract