STORYMIRROR

Mahesweta Panigrahi

Classics

3  

Mahesweta Panigrahi

Classics

ମୋ ବୋଉ ଲୋ

ମୋ ବୋଉ ଲୋ

1 min
246


ତୋ ପଣତ ବିଛେଇ ଦେ ଲୋ ବୋଉ

ଯିବି ମୁଁ ଟିକିଏ ଶୋଇ,

ଶୀତଳ ହାତ ରେ ଆଉଁସି ଦେ ଲୋ

ମିଠା ମିଠା କଥା କହି।

ବିଧାତା ଲେଖିଲା ଝିଅ ଜନମ କୁ

ପର ଘରକୁ ଲୋ କାହିଁ,

ଉଷୁମ ସ୍ପର୍ଶ ତୋ ଅଗାଢ଼ କରୁଣା

ଆଉ କି ପାଇବି ନାହିଁ।

ଜୀବନ ଜଞ୍ଜାଳ କୋଠର ଶୀତ ଲୋ

ଥର ଥର ହୁଏ ହାଡ଼,

ଦୁଇ ପାପୁଲି ରେ ଘୋଡାଇ ଦେଏ ତୁ

କମିଯିବ ସତେ ଜାଡ।

ଗ୍ରୀଷମ ପ୍ରବାହୁଁ ବଳି ଯାଏ ଏଠି

ଗୃହସ୍ଥ ଜୀବନ ଝଡ,

ବିଞ୍ଚି ଦେବୁ କି ତୋ ଥଣ୍ଡା ପଣତ ରେ

ହେଲେ ହେଲି ପଛେ ବଡ଼।

ବରଷା ର ଦାଉ କି କହିବି ବୋଉ

ଦଦରା ନାଆ ଟି ମୋର,

ତୋ ଆଖି ତଳେ ରଖିଦେ ମୋତେ ଲୋ

ଭିଜି ଯାଏ ଦେହ ମୋର।

ଝିଅ ନୁହେଁ ସାତ ପର ମୋ ବୋଉ ଲୋ

ମୁଁ ପରା ତୋ ଦେହ ଛାଇ,

ଛାତି ରେ ଲଗାଇ ନେ ତୁ କୋଳେଇ

ଆଉ ମୁଁ ପାରୁନି ସହି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics