STORYMIRROR

Kalandi pal

Inspirational

4  

Kalandi pal

Inspirational

ମୋ ବିଦ୍ୟାଳୟ

ମୋ ବିଦ୍ୟାଳୟ

1 min
357


ନୂଆ ଦୁନିଆଁରେ ପାଦ ଥାପୁ ଥାପୁ

     ଯେଉଁଠି ଶିଖିଲି '' ଅ "

ସେହି " ଅ "ଶବ୍ଦ  ଗଢିଛି ସଉଧ

    ଆଜି ମୋର ପରିଚୟ ।


ଜୀବନର ଶିଡି   ଯାଇଛି ମୁଁ ଚଢ଼ି

     ଚଢିବା କଳା କୌଶଳ

ଟାଙ୍ଗଣ ପଡିଆ   ଭୂଇଁରେ ହଳିଆ

   ସାଜି ଦେଲେ ଗୁରୁ ମୋର ।


ଅଲିଭା ମଶାଲ ଜାଳି ହୃଦେ ମୋର

    ଆଶିର୍ବାଦ ଦେଲେ ଢାଳି

ଶେଷ ପାହାଚରେ ଭାବୁଛି ମନରେ

    ତାଙ୍କ ସଫଳତା ବୋଲି ।


ଶୁଦ୍ଧ ପୂତ ମୟ  ପବିତ୍ର ନୀଳୟ

    ପବିତ୍ର ଚରିତ୍ର ନେଇ

ଚରିତ୍ର କାଳିମା ଧୋଇ ଯାଏ ସିନା

    ଗୁରୁଦେବ ସ୍ପର୍ଶ ପାଇ ।


ଅଜ୍ଞାନ ଅନ୍ଧାର   କରିଥାଏ ଦୂର

    ଉପଦେଶ ଗୁରୁଙ୍କର

ଦିବ୍ୟ ଜୀବନର ଗୁରୁ ଯେ ଈଶ୍ୱର

    ବ୍ରହ୍ମା ବିଷ୍ଣୁ ମହେଶ୍ୱର ।


ନମୋ ଗୁରୁ ଦେବ ଲଭି ପରାଭବ

    ହେଲି ମୁଁ ଜଗତେ ଜଣା

ଧନ୍ୟ ବିଦ୍ୟାଳୟ ପବିତ୍ର ଆଳୟ

    ପବିତ୍ର ସେହି ଅଗଣା ।




Rate this content
Log in

Similar oriya poem from Inspirational