STORYMIRROR

Chittaranjan Nanda

Inspirational

4  

Chittaranjan Nanda

Inspirational

ମୋ ବିଦ୍ୟାଳୟ ଓ ସ୍ଵଛ ଭାରତ

ମୋ ବିଦ୍ୟାଳୟ ଓ ସ୍ଵଛ ଭାରତ

1 min
333


ଭଲ କାମ କଲେ,

ଭଲ ଫଳ ମିଳେ,

ମନ୍ଦ କାମେ କଷ୍ଟ ମିଳେ,

ଏ କଥା ସତ୍ୟ ସବୁବେଳେ ।


ବିଦ୍ୟାଳୟ ସ୍ଵଛ ହେଲେ,

ଶୃଙ୍ଖଳାର ମହତ୍ୱ ରଖିଲେ,

ରହିବ ମାନ ବିଦ୍ୟାଳୟର

ସେ ତ ଆମ ଶିକ୍ଷାର ମନ୍ଦିର ।


ବିଦ୍ୟାଳୟ ଆମର ଦରକାର,

ସେ ତ ସୃଜନୀ ଶକ୍ତିର ଆଧାର,

ସେଠି ଆମେ ପାଉ ଶିକ୍ଷା ସଂସ୍କୃତି

ଜ୍ଞାନର ବିକାଶେ ପାଳୁ ସତ୍ୟର ନୀତି ।


ସମ୍ପ୍ରତି, ବିଦ୍ୟାଳୟ ବେପାର ହୋଇଛି,

ଗୁରୁ ଶିଷ୍ୟ ମଧୁର ସମ୍ପର୍କ ତୁଟି ଯାଇଛି.

ଆମ ଶିକ୍ଷାର ମନ୍ଦିରେ ବିଷ ଢାଳି ଦେଲ,

ଅନୁରାଗର ଅମୃତକୁ ନଷ୍ଟ କରି ଦେଲ ।


ଅଭ୍ୟୁଦୟ ହୁଏ ସ୍ଵଛ ଥିଲେ ପରିବେଶ,

ଆପେ ବଂଚିବା ତତ୍ତ୍ୟରେ କଲ ସର୍ବନାଶ.

ଓଁ ଶୁଭ ଲାଭ ତତ୍ତ୍ୱରେ କରିଛ ହୃଦୟ ବିହୀନ,

କୁଆଡୁ ଆସିବ ଚିନ୍ତା, ମୋ ଦେଶ ସରଗଠୁ ମହାନ ।


ଯୁଗେ ଯୁଗେ ଦେଖ,

ସ୍ଵାର୍ଥପର ଲୋକ ସ୍ୱାର୍ଥକୁ ଖୋଜିବେ,

ବେପାରୀ ଦେଶ କଥା ଚିନ୍ତା କରେ କି କେବେ,

ତେଣୁ ଉତ୍ତମ ଶିକ୍ଷା ସ୍ୱପ୍ନ ଆଜି ହୋଇ ଅଛି,

ଭବିଷ୍ୟତ କଥା ଭାବି ଦେଶପ୍ରେମୀ ଛଟପଟ ହେଉଛି ।


ଜାଣିଛେ ସମସ୍ତେ ମାତୃଭୂମିକୁ,

ଗଙ୍ଗା ଧୋଉଛି ଯାହାର ପାଦକୁ,

ହିମାଳୟ ଅଟେ ମଥାର ମୁକୁଟ,

ଅପୂର୍ବ ରୂପ ସୌନ୍ଦର୍ଯ୍ୟରେ ଭରା ମୋ ଭାରତ ।


ଥିଲେ ବହୁ ମୁନିଋଷି, ତାହାର ସମ୍ପଦ,

ଗର୍ଭରେ ସାଇତା ହୋଇଛି କେତେ ସମ୍ପଦ.

ଭରଅଛି ନାନା ବିଭବ, ଖଣି ଖାଦାନ,

ଶାନ୍ତି ସେନେହ ଭରା ତା ପାଣି ପବନ ।


କିନ୍ତୁ ସତ୍ୟ ଶାନ୍ତି ବିଶ୍ବାସରେ ଭରା ଭାରତ,

ସ୍ୱାର୍ଥାନ୍ଧ ଲୋଭୀ ବେପାରୀ ଦ୍ୱାରା ହେଉଛି ଲୁଣ୍ଠିତ.

ଦରକାର ନାହିଁ ଆଜି ମା ର ମିଛ ଗୌରବ ଗାନ,

ଖୋଜିବା ପଥ କିପରି ପୂରଣ ହେବ ସ୍ଵାଧୀନତାର ସ୍ବପ୍ନ ।


ପୂରଣ ହେବ କି ଆମକୁ ମାଗିଖିଆ ବନାଇବାରେ,

ପୂରଣ ହେବ କି, ଉତ୍ତମ ଶିକ୍ଷା ବିନା, ଶିକ୍ଷା ବ୍ୟବସାୟରେ.

ବେକାରୀ ହୁଅନ୍ତି ବହୁ ଶିକ୍ଷିତ, ବୈଜ୍ଞାନିକ, ଡାକ୍ତର,ଇଞ୍ଜିନିୟର,

ନବ ଦିଗନ୍ତର ରାସ୍ତା ଭାବିବା ଖୋଜିବା ଆଜିର ଦରକାର ।



Rate this content
Log in

Similar oriya poem from Inspirational