ମୋ ବିଦ୍ୟାଳୟ ଓ ସ୍ଵଛ ଭାରତ
ମୋ ବିଦ୍ୟାଳୟ ଓ ସ୍ଵଛ ଭାରତ
ଭଲ କାମ କଲେ,
ଭଲ ଫଳ ମିଳେ,
ମନ୍ଦ କାମେ କଷ୍ଟ ମିଳେ,
ଏ କଥା ସତ୍ୟ ସବୁବେଳେ ।
ବିଦ୍ୟାଳୟ ସ୍ଵଛ ହେଲେ,
ଶୃଙ୍ଖଳାର ମହତ୍ୱ ରଖିଲେ,
ରହିବ ମାନ ବିଦ୍ୟାଳୟର
ସେ ତ ଆମ ଶିକ୍ଷାର ମନ୍ଦିର ।
ବିଦ୍ୟାଳୟ ଆମର ଦରକାର,
ସେ ତ ସୃଜନୀ ଶକ୍ତିର ଆଧାର,
ସେଠି ଆମେ ପାଉ ଶିକ୍ଷା ସଂସ୍କୃତି
ଜ୍ଞାନର ବିକାଶେ ପାଳୁ ସତ୍ୟର ନୀତି ।
ସମ୍ପ୍ରତି, ବିଦ୍ୟାଳୟ ବେପାର ହୋଇଛି,
ଗୁରୁ ଶିଷ୍ୟ ମଧୁର ସମ୍ପର୍କ ତୁଟି ଯାଇଛି.
ଆମ ଶିକ୍ଷାର ମନ୍ଦିରେ ବିଷ ଢାଳି ଦେଲ,
ଅନୁରାଗର ଅମୃତକୁ ନଷ୍ଟ କରି ଦେଲ ।
ଅଭ୍ୟୁଦୟ ହୁଏ ସ୍ଵଛ ଥିଲେ ପରିବେଶ,
ଆପେ ବଂଚିବା ତତ୍ତ୍ୟରେ କଲ ସର୍ବନାଶ.
ଓଁ ଶୁଭ ଲାଭ ତତ୍ତ୍ୱରେ କରିଛ ହୃଦୟ ବିହୀନ,
କୁଆଡୁ ଆସିବ ଚିନ୍ତା, ମୋ ଦେଶ ସରଗଠୁ ମହାନ ।
ଯୁଗେ ଯୁଗେ ଦେଖ,
ସ୍ଵାର୍ଥପର ଲୋକ ସ୍ୱାର୍ଥକୁ ଖୋଜିବେ,
ବେପାରୀ ଦେଶ କଥା ଚିନ୍ତା କରେ କି କେବେ,
ତେଣୁ ଉତ୍ତମ ଶିକ୍ଷା ସ୍ୱପ୍ନ ଆଜି ହୋଇ ଅଛି,
ଭବିଷ୍ୟତ କଥା ଭାବି ଦେଶପ୍ରେମୀ ଛଟପଟ ହେଉଛି ।
ଜାଣିଛେ ସମସ୍ତେ ମାତୃଭୂମିକୁ,
ଗଙ୍ଗା ଧୋଉଛି ଯାହାର ପାଦକୁ,
ହିମାଳୟ ଅଟେ ମଥାର ମୁକୁଟ,
ଅପୂର୍ବ ରୂପ ସୌନ୍ଦର୍ଯ୍ୟରେ ଭରା ମୋ ଭାରତ ।
ଥିଲେ ବହୁ ମୁନିଋଷି, ତାହାର ସମ୍ପଦ,
ଗର୍ଭରେ ସାଇତା ହୋଇଛି କେତେ ସମ୍ପଦ.
ଭରଅଛି ନାନା ବିଭବ, ଖଣି ଖାଦାନ,
ଶାନ୍ତି ସେନେହ ଭରା ତା ପାଣି ପବନ ।
କିନ୍ତୁ ସତ୍ୟ ଶାନ୍ତି ବିଶ୍ବାସରେ ଭରା ଭାରତ,
ସ୍ୱାର୍ଥାନ୍ଧ ଲୋଭୀ ବେପାରୀ ଦ୍ୱାରା ହେଉଛି ଲୁଣ୍ଠିତ.
ଦରକାର ନାହିଁ ଆଜି ମା ର ମିଛ ଗୌରବ ଗାନ,
ଖୋଜିବା ପଥ କିପରି ପୂରଣ ହେବ ସ୍ଵାଧୀନତାର ସ୍ବପ୍ନ ।
ପୂରଣ ହେବ କି ଆମକୁ ମାଗିଖିଆ ବନାଇବାରେ,
ପୂରଣ ହେବ କି, ଉତ୍ତମ ଶିକ୍ଷା ବିନା, ଶିକ୍ଷା ବ୍ୟବସାୟରେ.
ବେକାରୀ ହୁଅନ୍ତି ବହୁ ଶିକ୍ଷିତ, ବୈଜ୍ଞାନିକ, ଡାକ୍ତର,ଇଞ୍ଜିନିୟର,
ନବ ଦିଗନ୍ତର ରାସ୍ତା ଭାବିବା ଖୋଜିବା ଆଜିର ଦରକାର ।
