"ମୋ ଭାରତ"
"ମୋ ଭାରତ"
ନାହିଁ ନାହିଁ ବୋଲି
କିପରି କହିବି ମୁହିଁ
ଦିନ ମୋର ବିତେ
ଯାହା ମୁହଁ ଚାହିଁ ଚାହିଁ
ଚାଲିବା କୁ ବଳ
ଯୋଗାଇଛି ସତେ ଯିଏ
ଦୁଃଖ କଷ୍ଟ ସହି
ଜୀବନ ଗଢ଼ିଛି ସିଏ
ସିଏ ପରା ମାଆ
ଅଟେ ମୋ ଦେଶ ଭାରତ
ଦୁନିଆରେ ପରା
ଉଡଇ ତାହାରି ନେତ
ଘନ ବନ ଭୂମି
ଅଛି କେତେ ତା ଦେହରେ
ମିଠା ମିଠା ଫଳ
ତା ଲାଗେ ଆମ ସେବାରେ
ଛୋଟ ଛୋଟ କେତେ
ଫୁଲ ଗଛ ଆଉ ଲତାରେ
ମନ ଲୋଭା ଫୁଲ
ଫୁଟି ସେ ବାସ ବିତରେ
ଟୋପା ଟୋପା ପାଣି
ପଡି ପୁଣି ସିନ୍ଧୁ ହୁଏ
ବଡ଼ ବଡ଼ ଢେଉ
ଉଠି କୂଳ ଲଙ୍ଘି ଯାଏ
ଚାହୁଁ ଚାହୁଁ ଯେବେ
ସତେ କି ପ୍ରଭାତ ଆସେ
ନବ ରବି କରେ
ମାଆ ମୋ ସୁନ୍ଦର ଦିଶେ
ଧନ୍ୟ ତୁହି ମାଆ
ତୋତେ ପାଇ ଖୁସି ମୋର
ତୋ ବିନୁ ଜୀବନେ
ସାର୍ଥକ ନାହିଁ କାହାର