STORYMIRROR

Ajay kumar Behera

Abstract

2  

Ajay kumar Behera

Abstract

"ମୋ ଭାରତ"

"ମୋ ଭାରତ"

1 min
94

ନାହିଁ ନାହିଁ ବୋଲି

କିପରି କହିବି ମୁହିଁ

ଦିନ ମୋର ବିତେ

ଯାହା ମୁହଁ ଚାହିଁ ଚାହିଁ


ଚାଲିବା କୁ ବଳ

ଯୋଗାଇଛି ସତେ ଯିଏ

ଦୁଃଖ କଷ୍ଟ ସହି

ଜୀବନ ଗଢ଼ିଛି ସିଏ


ସିଏ ପରା ମାଆ

ଅଟେ ମୋ ଦେଶ ଭାରତ

ଦୁନିଆରେ ପରା

ଉଡଇ ତାହାରି ନେତ


ଘନ ବନ ଭୂମି

ଅଛି କେତେ ତା ଦେହରେ

ମିଠା ମିଠା ଫଳ

ତା ଲାଗେ ଆମ ସେବାରେ


ଛୋଟ ଛୋଟ କେତେ

ଫୁଲ ଗଛ ଆଉ ଲତାରେ

ମନ ଲୋଭା ଫୁଲ

ଫୁଟି ସେ ବାସ ବିତରେ


ଟୋପା ଟୋପା ପାଣି

ପଡି ପୁଣି ସିନ୍ଧୁ ହୁଏ

ବଡ଼ ବଡ଼ ଢେଉ 

ଉଠି କୂଳ ଲଙ୍ଘି ଯାଏ


ଚାହୁଁ ଚାହୁଁ ଯେବେ

ସତେ କି ପ୍ରଭାତ ଆସେ

ନବ ରବି କରେ

ମାଆ ମୋ ସୁନ୍ଦର ଦିଶେ


ଧନ୍ୟ ତୁହି ମାଆ

ତୋତେ ପାଇ ଖୁସି ମୋର

ତୋ ବିନୁ ଜୀବନେ

ସାର୍ଥକ ନାହିଁ କାହାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract