STORYMIRROR

Rama chandra Pradhan

Classics

2  

Rama chandra Pradhan

Classics

ମୋ ବାପା

ମୋ ବାପା

1 min
276

 ଆକାଶ ଠୁ ବଡ 

ମୋ ବାପା ହୃଦୟ 

   ବିଶାଳ ତାଙ୍କର ଛାତି 

ତାଙ୍କରି ଆଶିଷେ 

ସଂସାରେ ମୋ ସ୍ଥିତି 

    ତାଙ୍କ ପାଦେ ଥାଉ ମତି

ତାଙ୍କ ହାତ ଧରି 

ଚାଲିବା ଶିଖିଛି 

   ନ ଡରି ଅନ୍ଧାର ରାତି 

ସିଏ ମୋ ସାହସ 

ସିଏ ମୋ ଶକତି 

  ଯା ' ପାଇଁ ମୋର ଏ ଖ୍ୟାତି

ଅଧା ସ୍ବପ୍ନକୁ ମୋ  

ପୁରା କରି ଛନ୍ତି 

   ଆପଣା ଲୁହକୁ ପିଇ 

ପଡିଗଲା ବେଳେ 

ହାତେ ତୋଳି ଛନ୍ତି 

   ସ୍ନେହ ପ୍ରେମ ଢାଳି ଦେଇ

ନିଜେ ଝୁଣ୍ଟି ପଡ଼ି 

ଖୁସି ଦେଇ ଛନ୍ତି 

   ବହୁ ଦୁଃଖ କଷ୍ଟ ସହି 

ନିଜେ ସେ ନଖାଇ 

ମୋତେ ଖୋଇଛନ୍ତି 

   କେତେ ରାତି ଚେଇଁ ରହି

ତାଙ୍କ ନାଲି ଆଖି

ସବୁ କଡ଼ା କଥା 

   ମୋ ପାଇଁ ବାସ ଚନ୍ଦନ 

ତାଙ୍କ ଉଦାରତା 

ଭଲପଣ ପାଇଁ 

ଜଣାଏ ମୁଁ କୋଟି ନମନ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics