STORYMIRROR

ମିତା ପଟନାୟକ

Inspirational

3  

ମିତା ପଟନାୟକ

Inspirational

ମୋ ବାପା

ମୋ ବାପା

1 min
582

କେବଳ ଉଚାରଣ ହିଁ ଯଥେଷ୍ଟ

ଆଚରଣରେ ସୁସ୍ପଷ୍ଠ

ମୁଣ୍ଡ ଉପରେ ବିଶାଳ ଛାତଟିଏ

ପାଦ ତଳେ ମଜଭୁତ ଭୂଇଁ ଟିଏ

ମୋ ବାପା କେବଳ ମୋ ବାପା

କହିବା ଭାବିବା ପୂର୍ବରୁ

ସବୁ ତଥାସ୍ତୁ ହେଇଯାଏ

କଷ୍ଟ ସବୁ ନିମିଷକେ ମିଳେଇ ଯାଏ

ବାପା ଯେତେବେଳେ ସାଉଁଳି ଦିଅନ୍ତି ଅସ୍ତବ୍ୟସ୍ତ ମଥା ମୋର ।


ଖୁବ ସ୍ଥିର ଦେଖାଯାନ୍ତି ମୋ ବାପା

କିନ୍ତୁ ଅସଲରେ ବାପା ମୋର ଖୁବ ଅସ୍ଥିର ଖାସ ମୋ ପାଇଁ

ମୋ ଭଲ ମନ୍ଦର ହିସାବ କରୁ କରୁ ବୟସ ଗାଡି ଗଲା

ଅଥଚ ମୁହଁ ଫିଟେଇ ପ୍ରତିବାଦର ସ୍ୱର କରି ନାହାନ୍ତି କେବେ

ସତେ ଅବା ଅଚଳ ମେରୁ ଟିଏ

ଶକ୍ତ ସାହାରା ଟିଏ ମୋ ବାପା ।


ଚପଲ ଘୋରି ହେଇ ଭୂଇଁରେ ମିଶିବା ଯାଏ

ପିନ୍ଧୁଥାନ୍ତି ମୋ ବାପା

ରଙ୍ଗ ଛଡା ଲୁଙ୍ଗି ତାଳି ପକା କାମିଜରେ

ସାରି ଗଲା ଜୀବନର ଅର୍ଦ୍ଧେକ

ଢୁ ଢୁ ଖରାରେ କାମରୁ ଆସି ସଦା ପାଣି ମୁନ୍ଦେ ପିଇ ଦେଇ

ବୁଢ଼ୀ ହେଇଥା ବୋଲି ଆଶିଷ ଢାଳୁ ଥିବା ମଣିଷ ହିଁ ମୋ ବାପା


ମୋ ବାପା

ଅନୁଭବରେ

ଆଚାର ରେ

ବ୍ୟବହାରରେ

ଅନ୍ଧାର ଆଲୁଅରେ

ସ୍ବପ୍ନ ଆଉ ବାସ୍ତବରେ

ଆଜି ଆଉ କାଲିରେ

ପୁରୁଣା ଚିଠିରେ

ରଙ୍ଗ ଛଡା ରୁମାଲରେ

ଆକାଶର ତାରାରେ

କଥା ଆଉ କାହାଣୀରେ

ସ୍ମୃତି ର ପୃଷ୍ଠାରେ

ମୋ ବାପା ଆଜିବି

ଜୀବନ ନାଟକ ର ଅପରାଜୟ ନାୟକ

ମୋ ଗର୍ବ ଆଉ ଗୌରବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational