ମୋ ବାପା ପରି କିଏ ହେବ
ମୋ ବାପା ପରି କିଏ ହେବ
ଶୀତୁଆ ପବନ ବହିଯାଉଥିଲା
ହଉଥିଲା ଥୁରୁ ଥୁରୁ.
ଅଶୀ ବରଷର ବୃଦ୍ଧ ଚର୍ମକୁଂଚ
ଦିନ ହୀନ କ୍ଷୀଣ ଚାରୁ ।
ନିଃସହାୟକୁ ଦେଖିଦେଇ ମୁହିଁ
ହୋଇଗଲି ନିଃସ୍ତବ୍ଧ
ଚକ୍ଷୁରେ ଲୋତକ ଚାଲେ ବାଡିଧରି
ଦେଇ ଠକ ଠକ ଶବ୍ଦ ।
ପଚାରିଲି ଅଜା ରାସ୍ତାରେ ଏକା
ନାଂହାନ୍ତିକି ତୁମର କେହି
ଅଜାର ବେଦନା କ୍ଷୀଣ ଶବ୍ଦରୁ ଶୁଣିଲି
ଯନ୍ତ୍ରଣା ପାରୁନି ସହି ।
କ୍ରନ୍ଦନ ସ୍ୱରରେ କହୁଥିଲା ଅଜା
ଚାକିରିଆ ଦୁଇ ପୁଅ
କୋଠାବାଟି ମୋର ଅମାପ ସମ୍ପତ୍ତି
ଅଭାବ ନାହିଁରେ ପୁଅ ।
ଦୁଇ ବୋହୂ ମୋର ବଡ ଅମାନିଆ
କରନ୍ତି ବେତ ପ୍ରହାର
ପୁଅକୁ କହିଲେ ନଶୁଣିଲା ପରି ଚିଡନ୍ତି
କଥା କଥା କର ।
ଲୁଚି ମୁଁ ଯାଉଛି ମରିବାକୁ ଆଜି
ଆତ୍ମ ହତ୍ୟା କରିଦେବି
ମୁଁ ମରିଲେ ସୁଖେ ରହବ ମୋ ପୁଅ
କାହିଁକି ମୁଁ କଣ୍ଟା ହେବି ।
ବାପା ମାଆ ନୁହଁ ବୋଝ ଲୋ ଅଜା
କର୍ତ୍ତବ୍ୟ କରୁନି ପୁଅ
ତୁମେ ସିନା ତାକୁ କାଖେଇ କୋଳେଇ
ଖାଇ ଯାଉଥିଲ ଗୁଅ ।
ଡ଼ର ନାହିଁ ଅଜା ଚାଲ ମୋର ସାଥେ
ଆଇନି କାନୁନ ଅଛି
ଥାନା ବାବୁଙ୍କୁ ଜଣାଇ ସବୁକଥା
ଦେବେତାକୁ ଶାସ୍ତି କିଛି ।
ନାଁ ନାଁ କହି ଚାଲିଗଲା ଅଜା
ଛିଡା ହୋଇ ଦେଖୁ ଥିଲି
ଭାବିଲି ଦୁନିଆ ବିଚିତ୍ର ଅଟେ ୟେ
ମୁଁ କାନ୍ଧୁଥିଲି କାନ୍ଧୁଥିଲି ।
