STORYMIRROR

kamal kumar dash

Romance

2  

kamal kumar dash

Romance

ମୋ ଅତି ନିଜର ବୋଲି

ମୋ ଅତି ନିଜର ବୋଲି

1 min
170

ମୋ ଅତି ନିଜର ବୋଲି


ଡର ଲାଗେ ତୁମେ   କହିବାକୁ ଥରେ

     ମୋ ଅତି ନିଜର ବୋଲି

କIଳେ ତୁମେ ସାଥି    ଫେରି ଚାହିଁବନି

       ହସି ଦେଇଯିବ ଚାଲି

ଜୀବନ ଟା ଗୋଟେ  ଛୁଆଁ ଛୁଇଁ ଖେଳ

      ମନକୁ ଛୁଇଁଲେ ହେଲା

ତୁମରି ଛୁଆଁ ର        ପରଶ ପାଇଁକି

       ମନଟା ତରସି ଗଲା

ମନକଥା ଖାଲି         ମନ ବୁଝିଥାଏ   

       ବୁଝନ୍ତିନି ଆଉ କେହି

କଅଁଳ ମନସେ     କିଏ ନେଇ ଗଲେ

      ଦିଏନି ଆଉ ଫେରେଇ

ତୁମ ସ୍ମୃତି ସବୁ       ପ୍ରଜାପତି ସାଜି

        ଉଡି ବୁଲନ୍ତି ମୋ ମନେ

 ସାଇତି ରଖିଛି    ମୋ ପ୍ରୀତିର ସ୍ମୃତି

          ହୃଦୟେ ଅତି ଯତନେ

ସ୍ମୃତି ଖାଲି ଫେରେ   ଆଖି ଓଦା କରେ

      ଭାବେ ସବୁ ଯିବି ଭୁଲି

ତୁମେ ଖୋଜୁଥାଏ      ଆମାନିଅଁi ମନ

      ଚାରିଆଡେ ବୁଲି ବୁଲି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance