STORYMIRROR

Jeenashree Routray

Abstract Classics

3  

Jeenashree Routray

Abstract Classics

ମୋ ଅର୍ଦ୍ଧାଙ୍ଗିନୀ

ମୋ ଅର୍ଦ୍ଧାଙ୍ଗିନୀ

1 min
203


ମୋ ଠୁ ତା ଜୀବନ ଆରମ୍ଭ

ମୋ ଠୁ ତା ଜୀବନ ଅନ୍ତ

ଏଇ ଜୀବନଟା ଏକ ନାଟକ

ଆମେ ଅଟୁ ତାର କଳାକାର

ଆମ ସଂସ୍କୃତି ଭାରି ନିଆରା

ଆମ ଜାତିର ଇଏ ପରମ୍ପରା

ବିଶ୍ଵ ନୀୟ ନ୍ତା ଙ୍କ ସୃଷ୍ଟି ଅନନ୍ୟ

ପୁରୁଷ ଓ ସ୍ତ୍ରୀ ଙ୍କୁ କରଇ ସୃଜନ

ଅର୍ଦ୍ଧାଙ୍ଗିନୀ ଚାରୋଟି ଅକ୍ଷର ର ମିଳନ

କି ଏ ବା କରିପାରିବ ଏ ଦୁଇ ଟି ଆତ୍ମା ର ଆକଳନ

ଉଭୟ ଅ ଟ ଇ ଅତି ଗୁରୁତ୍ଵ

ଅର୍ଦ୍ଧାଙ୍ଗିନୀ ର ଭୂମିକା ରହିଛି ମହତ୍ୱ

 ପୁରୁଷ ଓ ନାରୀ ର ଅର୍ଦ୍ଧେକ ଅ ଟ ଇ ଅର୍ଦ୍ଧାଙ୍ଗିନୀ

ସାରା ଜୀବନ ସେ ରହିଯାଏ ହୋଇ ଜୀବନ ସଙ୍ଗିନୀ

କେତେବେଳେ ସେ ଜନନୀ

ଆଉ କେତେବେଳେ ସେ ଭଗିନୀ

ଜନନୀ ରୂପ ରେ କରିଛି ଶିଶୁ କୁ ଆକଟ

ମାତୃତ୍ଵ ଲାଭ କରି 

ସଂସାର କୁ କରିଛି ପରିସ୍ଫୁଟ

ପୌରାଣିକ ଯୁଗେ ଶିବ ଓ ପାର୍ବତୀ

ଆଧୁନିକ ଯୁଗେ ଜାୟା ଓ ପତ୍ନୀ

ସମସ୍ତ ଦୁଃଖ କଷ୍ଟ କୁ ସହି କରିଛି

ସଭିଙ୍କୁ ନିଜର

ସଭିଙ୍କୁ କରିଛି ସେ ଆପଣାର

ଘର ର ସେ ହିଁ ଲକ୍ଷ୍ମୀ ମାତା

ସୁଗୁଣ ଭରି ହୋଇଛି ସଭିଙ୍କ ହୃଦୟ ଜିତା

ବିବାହ ସମୟେ ଦେଇଅଛି ବଚନ

କାଟି ଦେବି ତୁମ ସା ଥେ ସାରା ଜୀବନ

ସାତ ଜନମ ସାଥୀ ହେବା ପାଇଁ

ଦେଇଅଛି କଥା

ସାରା ଜୀବନ ରହିବ ଅର୍ଦ୍ଧାଙ୍ଗିନୀ ର ଗାଥା

ତୁମର ମୋର ସମ୍ପର୍କ ଭାରି ନିଆରା

ଯୁଗେ ଯୁଗେ ରହିବ ପରମ୍ପରା

ସତେ ତୁମେ ମୋର ଛାୟା

ଓ ମୁଁ ତୁମ ଅର୍ଦ୍ଧାଙ୍ଗିନୀ ।।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract