ମଞ୍ଜିକଥା
ମଞ୍ଜିକଥା
ମଞ୍ଜିଟିକୁ ଆମେ ଭାଜି ଖାଇଦେଲେ ଭୃଣ ମୃତ୍ୟୁ ଲଭିଥାଏ,
ମାଟିରେ ପୋତିଳେ ଯତନ କରିଲେ ମଞ୍ଜି ମହାଦ୍ରୁମ ହୁଏ |
ଗଛର ଡାଳକୁ ଭାଙ୍ଗି ଫିଙ୍ଗିଦେଲେ ଶୁଖି ଶୁଖି ହୁଏ ଝଟା,
ସେହି ଡାଲଟିକୁ ପୋତି ପାଣିଦେଲେ ଫଳ ଫଳେ ମିଠା ଖଟା |
ମଣିଷ ଛୁଆତଟି ଜନମ ବେଳକୁ ଆଣିଥାଏ ସଦଗୁଣ,
ଅଯତ୍ନ ଅସ୍ଵଚ୍ଛ ଅଶିକ୍ଷା ଫଳରେ ଆମେ କରୁ ହୀନିମାନ |
ଆଜିର ବାଛୁରି କାଲିହେବ ଗାଈ ଦେଇପାରିବ ଅମୃତ,
ସେବା ଦରକାର ଖାଦ୍ୟ ଦରକାର ନହେଲେ ସେ ଦେବ ଖତ |
ଈଶ୍ଵରଙ୍କ ମୂର୍ତ୍ତି-ଛବିଟିକୁ କାଠ-କାଗଜ ଭାବିଲେ ମନେ ,
ଭୋଗ-ରାଗଦେଇ ଭଜନ ଗାଇଲେ ଶୁଭିବନି ତାଙ୍କ କାନେ |
ନିଜ ପିତା-ମାତା ଅସଲ ଦେବତା ତାଙ୍କୁ ଯିଏ ମଣେ ହୀନ,
ଭଣ୍ଡବାବା ସେବା ଯେତେ କରିଲେ ବି ସିଏ ପାଇବ କି ପୁଣ୍ୟ !
