STORYMIRROR

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Abstract

2  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Abstract

ମନୁଆ କାଳିଆ

ମନୁଆ କାଳିଆ

1 min
162

 ବନ୍ଧୁ ମହାନ୍ତି ପରି, ତୋର ବନ୍ଧୁ ହୋଇବି,

ତୋର ସ୍ବର୍ଗ ଦୁଆରେ, ପୋଡ଼ି ପାଉଁଶ ହେବି,

ଖାଲି ହାତରେ ଆସିଛି,

ଖାଲି ଫେରିବି,

ଏତେ ଆଶା ,କାହିଁକି ,କାଳିଆ 'ମୁଁ' କରିବି

ଆଶା ତ ଆକାଶ ପ୍ରଭୂ, ମନ ହିମାଳୟ,

ଭରସା'ର ଶୂନ୍ଯ ମୟ,, ପିପାସା ମଳୟ,

କଷଟି ପଥର ପରି ସମୟ ସୁଅରେ,

ଜୀବନର ପରିସୀମା ଛାଇ ଆଲୁଅରେ,

ଚେତନା ର କ୍ଷମତା ବା''

କାହୁଁ ପାଇବି

ଏତେ ଆଶା କାହିଁକି

ବନ୍ଧୁ ମହାନ୍ତି

ଧନରେ ବନ୍ଧା ଜଗତ, ଧନ ଏକା ଶ୍ରେଷ୍ଠ,

ଧନ ବିନା ଦୁନିଆଁରେ, ପୁରେନାହିଁ ପେଟ,

ବାଉନ ଭଣ୍ଡାର ଅଛି, ନିକଟରେ ତୋର,

ପେଟ ପୁରାଉ କେମିତି, ଛପନ କୋଟି'ର,

ନ ଦେଉ ବୋଲି'ତୁ ମୋତେ

ଦୁଃଖ କି' କରିବି

ଏତେ ଆଶା କାହିଁକି

ବନ୍ଧୁ ମହାନ୍ତି ପରି


ମନୁଆ ଠାକୁର ମନ ଚିହ୍ନୁ ବୋଲି ତୁହି,

ମାନବ ଶରୀରେ ଖେଳ ଖେଳୁ ଭାବଗ୍ରାହୀ,

ମନ ବୁଝି ଯାହା ଦେଉ ତୋର ମହାଦାନ,

ମନ ବଡ଼ିମା ଦେଖାଇ ମାନବ ମହାନ,

ଏ'ମନ ତୋ ପାଦେ ଥିଲେ

ମୋକ୍ଷ ହୋଇବି

ଏତେ ଆଶା କାହିଁକି

ବନ୍ଧୁ ମହାନ୍ତି ପରି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract