STORYMIRROR

kahnu charan sahu

Abstract

4  

kahnu charan sahu

Abstract

ମନର ମରମ କାହାକୁ କହିବ

ମନର ମରମ କାହାକୁ କହିବ

1 min
251


ପର ଆସିଗଲେ ପକ୍ଷୀ ଉଡିଯାଏ

ବୁଝେନି ସ୍ନେହର ମୂଲ

କଲମରୁ ଯେବେ କାଳି ସରିଯାଏ

ଖାତା ଯେ କରେନି ଗେଲ ।


ସମୟର ଦ୍ୱାହି ଦେଇ ବଦଳଇ

ମଣିଷର ପରକୃତି

ଶିକ୍ଷା ସରିଗଲେ ଶିକ୍ଷକ ଅଜଣା

ଏହା ଆଧୁନିକ ନୀତି ।


ଲାଜର ଓଢଣା ହଜାଏ ଠିକଣା

ଆପଣାର ହେଇଗଲେ

ଭାବନାର ଅନ୍ତ ଆପେ ହୋଇଯାଏ

ଆବଶ୍ୟକ ସରିଗଲେ ।


ଅଜଣା ମଣିଷ ପରିଚୟ ନେଇ

ଆପଣାର ହେଇ ଯାଏ

ଜନମ ଦେଇଣ ବୃଦ୍ଧ ପିତାମାତା

ବୃଦ୍ଧାଶ୍ରମ ଖୋଜିହୁଏ ।


ବୟସ ବଢିଲେ ଠିକଣା ବଦଳେ

ଥିଲେ ତ ଟଙ୍କାର ଗଦା

ବିନା ପଇସାରେ ଜୀବନ୍ତ କାହାଣୀ

ରହିଯାଏ ଜାଣ ଅଧା ।


ନଈ ଚାଲି ଯାଏ ସାଗର ପାଖକୁ

ବୁଝେନି ପାହାଡ଼ ଦୁଃଖ

ମନର ମରମ କାହାକୁ କହିବ

ସଭିଏଁ ଖୋଜନ୍ତି ସୁଖ ।।


Rate this content
Log in

Similar oriya poem from Abstract