STORYMIRROR

Kumar Mrutyunjay

Abstract

3  

Kumar Mrutyunjay

Abstract

ମନର ମଇଳା

ମନର ମଇଳା

1 min
11.9K

ତୁମେ ସିନା ପୋଛିଦେବ 

ବାହାର ମଇଳା 

ପୋଛିକି ପାରିବ ଅବା 

ମନର ମଇଳା


କୁଢ଼ କୁଢ଼ ଆବର୍ଜନା 

ଭର୍ତ୍ତି ହୋଇଥାଏ 

ମଣିଷ ମଶିଷ ଭେଦ 

ଭାବ ଦେଖୁଥାଏ


ହିଂସା ରାଗ ଦ୍ୱେଷ କୋପ 

ଷଡ଼ରିପୁ ଗୋଟି 

ଅକାରଣେ ଫସିଥାଏ 

ଆତ୍ମା ପରାଣ ଟି


ଦେହର ମଇଳା ଧୂଳି 

ପୋଛଇ ଚାଦର 

ତଥାପି ପାରୁନି ପୋଛି 

ମନର ଅଙ୍ଗାର


ଯେବେ ଅବା ସଫା ହେବ 

ଏହି ମନ ଆବର୍ଜନା 

ସେବେ ଏକ ନବ ଆଶା 

ହେବ ଟି ସର୍ଜନା


ବିଶ୍ଵହିତେ ବନ୍ଧୁଗଣ 

ଛାଡି କୂଟନୀତି 

ଆପଣେଇ ନିଅ ସ୍ନେହ 

ଶ୍ରଦ୍ଧା ଓ ଭକତି


ଦେଖିବ ହସିବ ଧରା 

ପୁଲକିତ ମନେ 

କଳେ କଳେ ଗୁଞ୍ଜରିବ 

କୁଞ୍ଜ କାନନେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract