ମଣିଷ ରଚୁଛି ମହାଭାରତ
ମଣିଷ ରଚୁଛି ମହାଭାରତ
ଋଷିର ଦେଶ ମୋ ପବିତ୍ର ଭାରତ ବର୍ଷ
ସଦାଚାର କଥା କହେ,
ବେଦ ଶାସ୍ତ୍ର ଗୀତା ପ୍ରଭାବେ ମୋଦେଶ
ର; “ବନ୍ଦନା ବିଶ୍ଵ ଗାଏ”
ବୁଦ୍ଧାବତାରେ ବିତରିଲେ ଶାନ୍ତି ଅହିଂସା
ମନ୍ତ୍ର ୟେ ସାରା ବିଶ୍ଵରେ,
ପ୍ରସାରିତ ହେଲା ତା ଅନୁପ୍ରାଣିତେ ଆଜି
ଶ୍ରେଷ୍ଠ ବିଶ୍ବ ଦରବାରେ;
ସବୁଠାରୁ ଶ୍ରେଷ୍ଠ ସବୁରୁ ଉକ୍ତୃଷ୍ଟ ଆଜି
ଚନ୍ଦ୍ରେ ଲେଖିବାକୁ ନାଁ’
ଭାରତ ଭୂଖଣ୍ଡେ ମଣିଷର ଅଭିନୟ
ଦେଖି ଲାଗଇ ଛାନିଆଁ;
ବର୍ବରତାର ସୀମା ଲଂଘିଅଛି ମଣିଷ
ଶୁଣି ପ୍ରଶ୍ନ କରେ ମନ,
କେତେ ସୁରକ୍ଷିତ ଜୀବନ ଏଠାରେ ସତେ
କେମିତି କଟିବ ଦିନ;
ସମସ୍ତ ବିସ୍ମୟ ସ୍ତମ୍ଭୀଭୂତ ଦୃଶ୍ୟ ଧୀରେ
ଅୟମାରମ୍ଭ କଲାଣି,
ଭାରତରେ ମହା ଭାରତ ଯୁଦ୍ଧକୁ କିବା
ମଣିଷ ଆମନ୍ତ୍ରିଲାଣି;
ଯାଜ୍ଞସେନୀ କୌରବ ସଭାରେ ବିବସନା
କଲା କୁରୁବଂଶ ଲୋପ,
ତେମନ୍ତେ ଅରୁଚ ଅଭିନୟ ଆଜି ଦେଖ
ମଣିପୁରେ ଅଭିନୀତ;
ଦୁର୍ଗା ବିବସନା ରୂପ ଦେଖି ଧୌର୍ଯ୍ୟହରା
ହୋଇଣ ମହିଷାସୁର,
ମରଣ ବରଣ କରିଲା ରାକ୍ଷସ ବକ୍ଷ
ଭେଦ କଲା ଦେବୀ ଶୂଳ;
ମଣିଷ ହୋଇତା ରାକ୍ଷସ ପ୍ରବୃତ୍ତି ଆଜି
ଉନ୍ମତ ଶୀରେ କଳଙ୍କ,
ବୋଳି ଦେଲ ଆରେ ମଣିଷ ପଣିଆ ଭୁଲି
ରଚିଲ ଆରେ ଖେଟକ;
ଲାଗଇ ସତେକି ନୂତନ ମହାଭାରତ
ଓଳିଏ ଯା ବାକି ଥିଲା,
ପ୍ରଦର୍ଶନ ଅର୍ଥେ ପବିତ୍ର ଭାରତ ବର୍ଷ
ନାରୀ କୁ ପ୍ରୟୋଗ କଲା;
ଛାତି ଫାଟିଯାଏ ଅନ୍ଧ ରାଜା କୁରୁ, “ପୁତ୍ର
ସ୍ନେହ” ରେ ହୋଇଲା ଅନ୍ଧ,
ଅକ୍ଷୟ ହେଉ ଧର୍ମ ଜଗତେ ପୁଣ୍ୟର ଜୟ
ଗାନ୍ଧାରୀଙ୍କ ଆଶୀର୍ବାଦ;
ଯେତେ ନିନ୍ଦା କଲେ କମ୍ ମନେହୁଏ ସେହି
ବିଭତ୍ସ ଦୃଶ୍ୟକୁ ଦେଖି,
ମୃତ୍ୟୁ ଦଣ୍ଡ ମଧ୍ୟ କମ୍ ଲାଗେ ଏହି ଅପରାଧେ
(ତାହା) ଦେଖିବା ରହିଲା ବାକି;
ସେହି ଆଶା ନେଇ କବିତା ଲେଖିଲା କବି
ମଣିପୁର ଘୃଣ୍ୟ ଦୃଶ୍ୟ,
ନୂତନ ଏକ ମହାଭାରତର କଳ୍ପନା
କରୁଛି ବୋଧେ ମଣିଷ ।।