ମଣିଷ ହିଁ ଆପଣା ମୋହର ଟଙ୍କା ସାତପର
ମଣିଷ ହିଁ ଆପଣା ମୋହର ଟଙ୍କା ସାତପର
ଜୀବନଟା ଅଟଇ ସତରେ
ଏକ ବୁନ୍ଦା ଆଲୋକର ଜ୍ୟୋତି
ରଖିଅଛି ମୁହିଁ ଯାରେ
ବନ୍ଦୀ କରି ଘୋର ଅନ୍ଧକାରେ ||
ସେ ଅନ୍ଧାର ଅପସାରଣରେ
ଆଲୋକର ପରିପ୍ରକାଶରେ
ଜୀବନର ଶାଶ୍ୱତ ଉତ୍ତରଣ
ହୁଏ ବୋଲି ବୁଝିନିଅ ବାରେ ||
ସେ ଆଲୋକ ଜ୍ୟୋତି
ଅଟଇଅଂଶ ଯାହାର
ସେ ଅଟଇ ମହାଜ୍ୟୋତି
ଜୀବନ ଆଲୋକ ଜ୍ୟୋତି
ପରମାତ୍ମା ଅଟେ ମହାଜ୍ୟୋତି ||
କରି ମହାଜ୍ୟୋତିର ଅନ୍ବେଷଣ
ମିଳିଗଲେ ମହାଜ୍ୟୋତିର ସନ୍ଧାନ
ପାଇଗଲେ ତାହାର ଦର୍ଶନ
ସମାପ୍ତ କରି ଅନ୍ୱେଷଣ
ଅଖଣ୍ଡ ପ୍ରଶାନ୍ତି ମିଳିଣ
ସାର୍ଥକ ହୁଅଇ ଜୀବନ ||
ସେ ଆଲୋକ ମହଜ୍ୟୋତିର ପଥରେ
ନ ଚାଲି ମୁଁ ଘୂରିବୁଲେ ଘୋର ଅନ୍ଧକାରେ
ହେ ମହାଜ୍ୟୋତି ତୁମେ ବାରେ
ଦିଅ ମୋତେ ଶୁଦ୍ଧତା ଦୃଢତା ଅନ୍ତଃକରଣରେ 11
ଚାଲି ମୁହିଁ ଆଲୋକ ପଥରେ
ଧର୍ମ ନ୍ୟାୟ ସତ୍ୟ ଶାନ୍ତି ଭଲପାଇବାରେ
ବ୍ରତୀ ହୋଇ ଦୃଢ ଶୁଦ୍ଧ ଅନ୍ତଃକରଣରେ
ଗଢି ଦେବି ନିଜକୁ ମୁଁ ମଣିଷ ଭାବରେ ||
ଭ୍ରମି ଭ୍ରମି ପୁରପଲ୍ଲୀ ସହର ନଗରୀ
ସ୍ନେହ ପ୍ରୀତି ଭଲପାଇବାକୁ ଖର୍ଚ୍ଚ କରି
ଆନନ୍ଦ ଲଭିବି ମଣିଷ ଉପାର୍ଜନ କରି
ଧନ୍ୟ କରିବି ମୁହିଁ ଜୀବନ ମୋହରି ||
ଜଳୁଥିବ ମିଞ୍ଜିମିଞ୍ଜି ଜୀବନ ସଳିତା
ସମୟ ପବନେ ଝୁଲି ହଲାଇଣ ମଥା
ଭଲପାଇବାରେ ପରିପୂର୍ଣ୍ଣ କହୁଥିବ କଥା
ବାଣ୍ଟୁଥିବ ଶାନ୍ତି ପ୍ରୀତି ସେନେହ ମମତା ||
ଲୋଡାନାହିଁ ଆଉ ଜମା ମୋର
ଟଙ୍କାପଛେ ଅନୁଧାବନର
ମଣିଷ ହିଁ ଆପଣା ମୋହର
ଟଙ୍କା ପଇସା ଅଟେ ସାତପର 11
ମନ କର୍ଣ୍ଣ ଦେଇ ଶୁଣ ଆହେ ନର
ହୁଅନା ବିଭୋର ସୁଖେ ଦୁଃଖରେ ଅଧିର
ମଣିଷ ଆପଣା ଅଟେ ଟଙ୍କା ସାତପର
ଯେତେ ପାରୁଅଛ ତୁମେ ମଣିଷକୁ ଧର ||
