ମଣିଷ ଘୋଡ଼ା
ମଣିଷ ଘୋଡ଼ା
ଗଳି ମୋଡ଼ରେ ବଡ଼ ଅଖଞରେ
ପଡ଼ି ଯାଇ ଥିଲା ଟଲିବାଲା
ନା ଆଗକୁ ନା ପଛକୁ
ତିନି କୁଇଣ୍ଟାଲ ରଡ଼ ଦଶ ବସ୍ତା ସିମେଣ୍ଟ ଟଲିରେ ନଦି
ବଳଦ ପରି ଫଁ ଫଁ ନାକର ନିଶ୍ୱାସ
ପଛରେ ଓଟ ପିଠିଆ ବାଇକ୍
ପଛ ସିଟ୍ ରେ ଆଉଜି ପଡ଼ି ନାଗ କନ୍ୟା
ଉଦ୍ଗାରୁ ଥିଲା ଵିଷ
ଏ ରାସ୍ତାରେ ଟଲି ଆଣିବାକୁ କହିଲା କିଏ ???
କାର ଡ୍ରାଇଭର କରୁଥିଲା ଫରମାସି
ବିଚରା ଟଲିବାଲା ଆଣିନିଶ୍ଵାସୀ
ସେମାନେ ସାରୁଥିଲେ ପେଟ୍ରୋଲ
କ୍ୟାଲୋରି ସାରୁଥିଲା ଟଲିବାଲା
ଭିଡ଼ ଭିତରେ କିଏ ଜଣେ କହୁଥିଲା
ଏ ବଡ଼ ଝାମେଲା କଲା
ନିରୀହ ପଶୁ ଟି ପରି ଆକ୍ତାମାକ୍ତା ଟଲିବାଲା
ମନେ ମନେ ଭାବୁଥିଲା ପାଦରେ
ଏକସିଲିଟର ଥାଆନ୍ତା ଭଲା
ସିଏ କଣ ବୁଝୁଥିଲା ରାସ୍ତା ର ନିୟମ ଟା କଢା??
ରାସ୍ତା ସିନା ଚକାଚକ୍
ଜୀବନ ରାସ୍ତା ଟି ତାର ଆଵଡା ଖାଵଡା
ସେଇ ଵାଟେ ଗଲାବେଳେ
ମୋତେ ଠିକ୍ ଶୁଭୁଥିଲା
ଛାଡ଼ ବାବୁ ଟିକେ
ଏଇ ଗୋଟାଏ ଭଡ଼ା ରେ ଚାଉଳ ଅଟା ହୋଇ ଯିବ
ସଂଜ ହେବାକୁ ଵସିଲାଣି
ନ ହେଲେ ଆଉ ଏକ ଭଡ଼ା
ମୋର ପରା ତେଲ ଲୁଣ ଲୋଡ଼ା
ମୋ ପାଦରେ ଚକ ନାହିଁ
ନାଲ ନାହିଁ
ମୁଁ ପରା ଏକ ମଣିଷ ଘୋଡ଼ା