STORYMIRROR

sudarsan mahapatra

Classics

4  

sudarsan mahapatra

Classics

ମନେପଡେ

ମନେପଡେ

1 min
223

ମନେପଡେ ମୋର

ଗାଆଁ ଦାଣ୍ଡେ ଖେଳ ସାଙ୍ଗସାଥୀ ମେଳ 

ଗାଆଁ ମୁଣ୍ଡ ଠାକୁରାଣୀ

ମା' ପଣତେ ବନ୍ଧା ଯେତେ ସ୍ନେହ ସୁଧା 

ମାଆର ଅମୃତବାଣୀ,

ଗାଆଁ ନଈପଠା ଗାଆଁ ଆମ୍ବତୋଟା 

ଗାଆଁ ମନ୍ଦିରର ନେତ

ମାଆ ହାତ ବଢା ବାଇଗଣ ପୋଡା 

ମାଆର ପଖାଳ ଭାତ ।


ମନେପଡେ ମୋର

ଗାଆଁ ସଞ୍ଜବେଳ ସଜଳ ସକାଳ 

ଗାଆଁର ସେ ଜହ୍ନରାତି

ମାଆର ପରଶ ମା ମୁହଁ ହରଷ 

ମାଆର ମମତା ପ୍ରୀତି,

ଗାଆଁ ଗାଈଗୋଠ ପୋଖରୀର ତୁଠ 

ଗାଆଁର ସବୁଜ କ୍ଷେତ

ମାଆ ଗେହ୍ଲା ଡାକ ମାଆର ଆକଟ 

ମାଆ ନାନାବାୟା ଗୀତ ।


ମନେପଡେ ମୋର

ଗାଆଁର ପବନ ପକ୍ଷୀ ବୃନ୍ଦଗାନ 

ଗାଆଁ ଦୋଳ ଯାନି ଯାତ

ମାଆ ଓଷା ବ୍ରତ ଯେତେ ମାନସିକ 

ମାଆ ଝୋଟିପକା ହାତ,

ଗାଆଁର ଏକତା ରୀତିନୀତି ପ୍ରଥା 

ଗାଆଁର ସେ ପ୍ରତିଛବି

ମାଆର ସେନେହ ହସ ହସ ମୁହଁ 

ମା ମଙ୍ଗଳା ଦିବ୍ୟଛବି ।


ମନେପଡେ ବୋଲି

ଗାଆଁ ଠାରୁ ଦୂରେ ଯେବେ ମୁଁ ବାହାରେ 

ଗାଆଁ ସ୍ମୃତି ସାଥେ ନିଏ 

ମାଆ ଠୁ ଅଲଗା ର‌ହିଲେ ବି ହୃଦେ 

ମାଆ ମୋର ରହିଥାଏ ।



Rate this content
Log in

Similar oriya poem from Classics