STORYMIRROR

Satyabati Swain

Abstract Classics

4  

Satyabati Swain

Abstract Classics

ମନେପଡେ

ମନେପଡେ

1 min
456

ହଳେ ଅଣ ଲେଉଟା ପାଦ

ସହର ଶୀତ ତାପ ନିୟନ୍ତ୍ରଣ ସହର ଛାତିରୁ

ଲଙ୍ଗ୍ ଜମ୍ପ କଲା।


ଖୋଜିଲା ଅଧୀର ହୋଇ

ଅନ୍ତୁରୀ କଣାରେ

ଯେଉଁଠି ପଡିଛି ମୋ ନାହି

ଅନ୍ତୁରୀ ପାଉଁଶ

ଷଠି ଦୂତିର କାନିଏ ଆୟୁଷ

ନିର୍ଭେଜାଲ ସ୍ନେହ, ପ୍ରେମ ଓ ଶୁଦ୍ଧ ପବନ

ବର ଓହଳର ଡାଳି ମାଙ୍କୁଡ଼ି ଖେଳ

ଗୋଧୂଳିରେ ଗୋରୁ ଖୁରାରୁ ଉଡୁଥିବା

ଧୂଳିର ନିଆରା ମିଠା ବାସ୍ନା

ସେଇ ମୋର ଜନମ ଥାନ

ମୋ ମାଟି ମାଆ

ମୋ ଗାଁ।


ଗାଁର ଶୁଦ୍ଧ ପବନ

ବର ଓହଳ

କ୍ରିକେଟ ଦଣ୍ଡା

କ୍ଲବ ଘର

ଠାକୁର ପିଣ୍ଡା

ନାଳ ମାଛ ଧରା

ସାଙ୍ଗ ମେଳ ଫିଷ୍ଟ।


ଗାଁ ର ନିଷ୍କପଟ

ସରଳ ଅଳ୍ପକେ ସନ୍ତୁଷ୍ଟ ମନ

ଓଦରେ ଖତ ବୁହା

ସାଇକେଲ ଆଗରେ ବସି

ବାପାଙ୍କ ସହ ହାଟକୁ ଯିବାର

କୁତୁକୁତିଆ ଭାବ।


ପର୍ବ ପର୍ବାଣୀର ମଜା

ବାଗୁଡି କବାଡି ଖେଳି

ଆଣ୍ଠୁ ଖଣ୍ଡିଆ

ଫେରିବାଳାଠାରୁ କିଣି ଖାଇବା ମଜା।


ସବୁ ଶୁନ୍ ଏଇ

ସହର ଭିଡରେ

ଏକା ଅଣନିଃଶ୍ଵାସୀ ମଣିଷ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract