STORYMIRROR

Satyanarayan Sahoo

Romance Action Classics

3  

Satyanarayan Sahoo

Romance Action Classics

ମନେ ପଡୁଅଛ ବନ୍ଧୁ

ମନେ ପଡୁଅଛ ବନ୍ଧୁ

1 min
165


ମନେ ପଡୁଅଛ ବନ୍ଧୁ ତୁମେ ମୋର ପ୍ରିୟ

ତୁମ ସ୍ମୃତି ଅନୁଭୁତି ସବୁବେଳେ ସ୍ନେହ ।

ପ୍ରେମ ଶ୍ରଦ୍ଧା ଅଜାଡ଼ିଣ ଦିଏ କେତେ ହସ

 ହସି ହସି କଥା କହି ଯୋଗାଅ ସାହସ ।

ଆଦର ଆଦର୍ଶ ଆଉ ବିପଦେ ସହlୟ

ହୁଅ ତୁମେ ଆହେ ପ୍ରିୟ ପୁଣି ଦୟାମୟ ।

ପ୍ରିୟ ସମ୍ଭାଷଣେ କିଣ ସଭିଙ୍କ ଅନ୍ତର

ଏଣୁ କରି ମନେ ପଡୁ ଅଛ ବନ୍ଧୁ ମୋର ।

ତୁମରି ଅଗ୍ରତେ ଭାଷୀ ଯେତେ ସବୁ ଦୁଃଖ

ଦୁର୍ଘଟଣା ବିପାକ ଯନ୍ତ୍ରଣା ମନ କଷ୍ଟ ।

ଲଭେ ଆଶ୍ଵାସନା କେବେ ଅଭୟ ସାନ୍ତ୍ଵନା

ଛୋଟ ଛୋଟ ପିଲା ଭଳି ପରାଣ ବେଦନା ।

ତୁମ ବିନା ରହି ନାନା କାରଣୁ ବ୍ୟାକୁଳ

ଲାଗୁ ଅଛି ଆଜି ମୋର ମନ ନିରନ୍ତର ।

ଲୋଡ଼େ ଯେବେ ଯାହା କିଛି ଯାଚି ଦିଅ ତୁମେ

 ଆନନ୍ଦ ଲହରୀ ପ୍ରବାହିତ ହୁଏ ମନେ ।

ରୋମାଞ୍ଚିତ ପୁଲକିତ ହୁଏ ଦେହ ମନ

ଅଚାନକ ଯେବେ ମିଳେ ତୁମ ଦରଶନ ।

ସ୍ନେହ ପ୍ରେମ ଭଲପାଇବା ର ଚାରୁ ଧାରା

 ଝରେ ନିତି ନିତି ତୁମ ହୃଦୟ ରୁ ପରା ।

ହସ ଅଶ୍ରୁ ଗପ ଖୁସି ଖେଳ ମଉଜ ରେ

କେତେ ସ୍ନେହ ଶ୍ରଦ୍ଧା ଯାଗେ ତୁମ ପ୍ରଭାଵରେ ।

ମନେ ପଡୁ ଅଛ ବନ୍ଧୁ ଗହଣରେ ଥିଲେ

ମନ ପ୍ରାଣ ଆକର୍ଷଣ କରି ବହୁ କାଳେ ।

ବହୁ ସୁବିଧା ସୁଯୋଗ ଯୋଗାଇ ହେ ଗଲ

ବହୁ ଦିନୁ ସାଙ୍ଗ କରି ମନ କିଣି ନେଲ ।

କେଉ ଆଡେ ଗଲ ପ୍ରିୟ ପ୍ରୀତି ଅନୁରାଗେ

ଆଜି ମୋର ମନେ ପଡି ସଂବେଦନା ଜାଗେ ।

କେବେ ବା ଆସିବ ପୁଣି ଥରେ ଦେଖା ଦେଇ

ମନେ ପଡୁ ଅଛ ବନ୍ଧୁ ଆଜି ଦୂରେ ଥାଇ ।


Rate this content
Log in

Similar oriya poem from Romance