ମନେ ପଡେ ସେଇ ବାଳୁତ କାଳ
ମନେ ପଡେ ସେଇ ବାଳୁତ କାଳ
ପଉଷେ ଶୋଭଇ
ଶୀତ ଆଳୟ
ସିରି ସିରି ବହେ
ଶୀତ ମଳୟ
ଉଷୁମ ପୋଷାକ
ଲୋଡା ସବୁରି
ଦେହ ସଭିଙ୍କର
ଯାଉଛି ଥରି
ଶୀତ- ପଲ୍ଲୀ_ ଦୃଶ୍ୟ
ବର୍ଣନାତୀତ
ନିଆଁ ପୁଇଁ ବାକୁ
ମିଳନ୍ତି ମିତ
ମକର ଯାତରା
ଦେଖିବା ପାଇଁ
ବର୍ଷେ ଥରେ ଜନ
ସୂଅ ଛୁଟଇ
ବିଲରେ ସୁନ୍ଦର
ଗୁଡି ଉଡାଣ
ସାଙ୍ଗ ସାଥୀ ଭାଇ
ମେଳ ହୋଇଣ
ମନେ ପଡେ ସେଇ
ବାଳୁତ କାଳ
ଝୁରଇ ମନ ମୋ
ହୋଇ ବ୍ୟାକୁଳ
ଦେଏ ରେ ସମୟ
ଥରେ ଫେରାଇ
ଅତୀତ ସ୍ମୃତି କୁ
ମନ ଖୋଜଇ
କେତେ ଖାଉଥିଲୁ
କଣ୍ଟେଇ କୋଳି
ବଣ ବୁଦା ନଈ
ଲୁଚି କି ବୁଲି
ଦୁନିଆର କଥା
ଜାଣେ କେ ଭଲା
ସାଙ୍ଗ ସାଥୀ ଖେଳ
ସାରଟି ଥିଲା
ପେଟ ପୁରିଥିଲେ
କି ପରବାୟ
ଦୁନିଆ ଭାଷିଲେ
ମଣିକିହେୟ
ନିଜ ଧୁନ୍ ରେ ତ
ବନ୍ଧୁଙ୍କ ସାଥେ
କଳ୍ପନାରେ ମଗ୍ନ
ଥିଲୁ ନିରତେ
କିଏ ଆଣି ଦେବ
ମୋତେ ଫେରାଇ
ଆଈ-ମା' ଙ୍କ କୋଳ
ମନେ ପଡଇ
