STORYMIRROR

Chinmayee Sahoo

Abstract

2  

Chinmayee Sahoo

Abstract

ମନେ ପଡେ ସେଇ ବାଳୁତ କାଳ

ମନେ ପଡେ ସେଇ ବାଳୁତ କାଳ

1 min
105

ପଉଷେ ଶୋଭଇ

    ଶୀତ ଆଳୟ

ସିରି ସିରି ବହେ

     ଶୀତ ମଳୟ


ଉଷୁମ ପୋଷାକ

    ଲୋଡା ସବୁରି

ଦେହ ସଭିଙ୍କର

    ଯାଉଛି ଥରି


ଶୀତ- ପଲ୍ଲୀ_ ଦୃଶ୍ୟ

     ବର୍ଣନାତୀତ

ନିଆଁ ପୁଇଁ ବାକୁ

   ମିଳନ୍ତି ମିତ


ମକର ଯାତରା

   ଦେଖିବା ପାଇଁ

ବର୍ଷେ ଥରେ ଜନ 

    ସୂଅ ଛୁଟଇ


ବିଲରେ ସୁନ୍ଦର

   ଗୁଡି ଉଡାଣ

ସାଙ୍ଗ ସାଥୀ ଭାଇ

   ମେଳ ହୋଇଣ


ମନେ ପଡେ ସେଇ

    ବାଳୁତ କାଳ

ଝୁରଇ ମନ ମୋ

    ହୋଇ ବ୍ୟାକୁଳ


ଦେଏ ରେ ସମୟ

    ଥରେ ଫେରାଇ

ଅତୀତ ସ୍ମୃତି କୁ

    ମନ ଖୋଜଇ


କେତେ ଖାଉଥିଲୁ 

   କଣ୍ଟେଇ କୋଳି

ବଣ ବୁଦା ନଈ

   ଲୁଚି କି ବୁଲି


ଦୁନିଆର କଥା 

    ଜାଣେ କେ ଭଲା

ସାଙ୍ଗ ସାଥୀ ଖେଳ

    ସାରଟି ଥିଲା


ପେଟ ପୁରିଥିଲେ

   କି ପରବାୟ

ଦୁନିଆ ଭାଷିଲେ 

    ମଣିକିହେୟ


ନିଜ ଧୁନ୍ ରେ ତ

   ବନ୍ଧୁଙ୍କ ସାଥେ

 କଳ୍ପନାରେ ମଗ୍ନ

      ଥିଲୁ ନିରତେ


କିଏ ଆଣି ଦେବ 

    ମୋତେ ଫେରାଇ

ଆଈ-ମା' ଙ୍କ କୋଳ

    ମନେ ପଡଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract