Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LALIT MOHAN DASH

Abstract Action Inspirational

4  

LALIT MOHAN DASH

Abstract Action Inspirational

ମନ୍ଦିର ସତ୍ୟ ନା ମଶାଣୀ ସତ୍ୟ

ମନ୍ଦିର ସତ୍ୟ ନା ମଶାଣୀ ସତ୍ୟ

1 min
3


ମନ୍ଦିର ସତ୍ୟ ନା ମଶାଣୀ ସତ୍ୟ 

ଆଲୋଚନା ଗୋଟେ ଚାଲିଛି

ଜନମ ସତ୍ୟ ନା ମରଣ ସତ୍ୟ

      ବିଚାର ବିମର୍ଶ ଚାଲିଛି


ମନ୍ଦିରକୁ ଗଲେ ଆଶା ବଢିଯାଏ

ମଶାଣୀ ରେ ଲୋପ ପାଏ

ଜନମ ହୋଇଲେ ମୋହ ବଢିଯାଏ

       ମରଣ ରେ ଲିଭି ଯାଏ


ମଣିଷ ଯାଉଛି ମନ୍ଦିର ମସଜିଦ

ମନେ ବହୁ ଆଶା ନେଇ

ମଣିଷ ଯାଉଛି ସ୍ମଶାନ ଭୁଇଁକୁ

      ସବୁ ଆଶା ଛାଡ଼ିଦେଇ


ମନ୍ଦିରଟା ଥିବ ଯେମିତି ସେମିତି

ମଣିଷ ଟା ଚାଲିଯିବ

ମଶାଣୀ ହିଁ ଅଟେ ସତ୍ୟର ପ୍ରତୀକ

     ଶେଷେ ପ୍ରମାଣିତ ହେବ


କେହି ରହି ନାହିଁ ରହିବେ ନାହିଁଟି

ଏହାହିଁ ବାସ୍ତବ ତଥ୍ୟ

ଜନମ ହୋଇଲେ ମରିବା ନିଶ୍ଚିତ

     କହୁଅଛି ଭାଗବତ....।।


Rate this content
Log in

Similar oriya poem from Abstract