ମନ
ମନ
ମନ ଖୋଜୁଥାଏ
ମନ ଲାଖି ମନ
ମନର ମିଳନ ପାଇଁ
ମନ ମିଶିଗଲେ
ମନ ବାନ୍ଧିହୁଏ
. ମନ ଆପଣାର ହୋଇ ।
ମନକୁ ବୁଝିଲେ
ମନୁ ଝରେ ପ୍ରୀତି
ମନେ ଫୁଟେ ପାରିଜାତ
ମନ ବନ୍ଧା ପଡେ
ମନ ଶୀଙ୍କୁଳିରେ
ଅତୁଟ ଜୀବନ ସାତ ।
ମନ ଦର୍ପଣରେ
ମନ ପ୍ରତିଛବି
ଫୁଟିଉଠେ ଦିବାନିଶି
ମନର ଛୁଆଁରେ
ମନ ହସୁଥାଏ
ପ୍ରୀତି ଝରେ ରାଶି ରାଶି ।
ମନ ଋଷିଗଲେ
ମନୁ ହୁଏ ଦୂର
ଅଭିମାନ ଯାଏ ଭରି
ମନ ବୁଝିଯାଏ
ମନର ମହକେ
ଦୁଃଖ ଯାଏ ଅପସରି ।