STORYMIRROR

Sudhashree Bhattamisra

Abstract

4.0  

Sudhashree Bhattamisra

Abstract

ମନ

ମନ

1 min
176


ଜାଗ୍ରତ ମୁଁ ସତର୍କ ପ୍ରହରୀ ଟିଏ 

ଗଢିବାକୁ ମହଲଟେ 

ଏବେ ସ୍ବପ୍ନ ଫୁଲର ସହରର 

ଭୁଲିଛି ମୁଁ କଣ୍ଟାର ଆଘାତ 

ସ୍ବପ୍ନ ଦେଖେ ନୂଆ ସକାଳ 

ସୁରୁଜ ଢାଳିଦିଏ କିରଣ 

ଆଲୋକର, ପୃଥିବୀଟା 

ଲାଗେ ମତେ ସତରେ 

କେତେ ବ୍ୟାପକ 

ହରିଆଲା ଧରଣୀର 

ପ୍ରଶସ୍ତ ବୁକୁଟା ହିଁ ହୁଏ 

ଆଶ୍ରୟସ୍ଥଳୀ ମୋର 

ନୈରାଶ୍ୟର ବେଳାଭୂମିରେ 

ଯେବେ ଆଶା ସବୁ ମୁଣ୍ଡ 

ପିଟୁଥାଏ, ସାଗର ତଟରେ 

ଅଶାନ୍ତ ଜୀବନଟା, ଅତୃପ୍ତ 

ଜୀବନଟା ଯେବେ ତଡପୁ 

ଥାଏ ତୃପ୍ତିର କାମନାରେ 

ଶାନ୍ତିର ସନ୍ଧାନରେ 

ଅନ୍ଧାର ର ଅଗଣାରେ 

ସୁରୁଜଟା ବୁଣିଦିଏ 

ଆଲୁଅର ପଟୁଆ

ର 

ସାନ୍ତ୍ୱନା ଏବେ ଆଶ୍ୱାସନା 

ଏବେ ପି ଦିଏ ଲୁହ ମୋର 

ଜିଁବାକୁ ଜୀବନ 

ଭାବିପାରେନି ମୁଁ ବୁଝିପାରେନି ମୁଁ 

ଟ୍ରାଯେଡି ଲେଖେ ନା କମେଡି

ଜାଣି ପାରେନି ମୁଁ ଲକ୍ଷ୍ୟ ମୋର 

ଅଭୁଲା ମନଟା ଭୁଲି ହେଇଯାଏ 

ଯନ୍ତ୍ରଣା ର ଗୀତ ଗାଏ ନା 

ମଧୁର ରଙ୍ଗ କଥା କହେ 

ଇଏ କି ବିଚିତ୍ର ବର୍ଣ୍ଣ ଜୀଵନ ଟା 

ମୁଁ ଖୋଜୁଛି ଏକ ଏମିତି ମୁହୂର୍ତ୍ତ 

ଶାନ୍ତିର ପର୍ବ ଯାତ୍ରା ଆନନ୍ଦ ର 

କହି ପାରେନି ମୁଁ ମନ କଥା 

ବୁଝି ପାରେନି ମୁଁ ଜୀଵନ ଯନ୍ତ୍ରଣା 

ବ୍ୟକ୍ତ କରିପାରେନି ମୁଁ ଅବ୍ୟକ୍ତ ଭାଷା 

ସଂଜ୍ଞାହୀନ କାହିଁକି ଯେ ଜୀଵନ ଟା ଲାଗିବ 

ପ୍ରଶ୍ନକୁଳ ମନଟା କାହିଁକି ଯେ ବ୍ୟାକୁଳ ହୁଏ ,।


Rate this content
Log in

Similar oriya poem from Abstract