STORYMIRROR

Hemanta kumar Sahoo

Abstract

4  

Hemanta kumar Sahoo

Abstract

ମନ ପବନ ଘୋଡ଼ା

ମନ ପବନ ଘୋଡ଼ା

1 min
342

ପବନ ସହିତ ତାଳ ଦେଇ ଦେଇ 

ମୋ ମନ ଘୋଡ଼ା ଉଡୁଛି 

ଗଛ ବନ ବିଲ ପାହାଡ଼ ପର୍ବତ

ସାଗରେ ପହଞ୍ଚି ଯାଉଛି ।।

ଆକାଶ ପର୍ଯ୍ୟନ୍ତ ହାତ ଅଛି ମୋର 

ଚନ୍ଦ୍ର ସୂର୍ଯ୍ୟ ସଙ୍ଗେ ସମ୍ପର୍କ

ଜଗତ ମଧ୍ୟରେ କିଛି ଜାଗା ନାହିଁ

ଯେଉଁଠି ଘୋଡାଟି ନ ଯିବ ।।

ଜାତି ଅଜାତିର ଭେଦାଭେଦ ନାହିଁ

ନାହିଁ ଧନୀ କିବା ଗରିବ 

ଅପଙ୍ଗ ପାଖରୁ ସ୍ଵାସ୍ଥବାନ ଯାଏ 

ସମସ୍ତେ ମୋର ମଇତ୍ର ।।

ଟାଉଟର ଠାରୁ ଧୋକାବାଜ ଯାଏ 

ପୁଣି ନେତା ଅଫିସର

ମନ୍ଦିର ମସଜିଦ ଗୀର୍ଜା ହରିଦ୍ଵାର

ସବୁଠି ମୋହର ଆଦର ।।

ସବୁଙ୍କ ଖବର ମୋର ନିକଟରେ 

ହୃଦୟରେ ରଖେ ସାଇତି 

ଅନାଥଙ୍କୁ କାହିଁ ବେଶି ମୋ ଦରଦ 

ଈଶ୍ବର ସେ ସବୁ ଜାଣନ୍ତି ।।

ମନ ଯାହା ଚାହେଁ ଘୋଡ଼ା ତାହା ଧାଏଁ

ଲଗାମ ଧରିଛି ଆଣ୍ଟରେ

ଯେଉଁଠି କହିବି ସେଇଠି ରହିବ 

ମନୁଆ ଘୋଡ଼ା ମୋ ସାଥୀରେ ।।

ସ୍ଵପ୍ନ ସଙ୍ଗେ ପରା ବନ୍ଧୁତ୍ବ କରିଛି 

ରାତି ସାରା ଘୋଡ଼ା ବୁଲୁଛି 

ସମୟ ଯେପରି ଅପେକ୍ଷା ରଖେନା 

ଘୋଡ଼ା ବି ତା ପଥ ଧରିଛି ।।

ଅବଶ କେବେ ମୁଁ ଧରି ପାରୁନାହିଁ

କେବେବି ସେ ମୋତେ କହିନି 

ତଥାପି ଭାବୁଛି ବଞ୍ଚିଥିବା ଯାଏ 

ମୋ ଘୋଡ଼ା ବିଶ୍ରାମ ନେବନି ।।

ଧନ୍ୟ ଘୋଡ଼ା ମୋର ନାହିଁ ତୋର ଡର 

ନା ଡରୁ ତୁ ବିପଦକୁ 

ବରଂ ବିପଦକୁ ଆପଣାର କରି 

ବଢ଼ି ଚାଲୁ ତୁ ଆଗକୁ ।।



Rate this content
Log in

Similar oriya poem from Abstract