ମନ ନାହିଁ ଆଉ କାହିଁ
ମନ ନାହିଁ ଆଉ କାହିଁ
ନୂଆ ନିର୍ଭେଜାଲ ସକାଳ ଆସିବ
ପକ୍ଷୀମାନେ ଉଡୁଥିବେ ଆକାଶେ
ଆଉ ଇଛା ନାହିଁ ସ୍ୱାଗତ କରିବାକୁ
ସକାଳକୁ ଯେଣୁ ଭରସା ନାହିଁ ବିଶ୍ୱାସେ
କିଏ କୁଆଡେ ଗଲେଣି କେତେ
ଭଲପାଇବା ଯିବାଆସିବା ଥିଲା ଯେତେ
କଥା ପଦେ କହିହେଉଥିଲା ଏକ ନିଶ୍ଵାସେ
କହାକୁ କେତେ ଦେଇ ହେଲା ନହେଲା
ଭାବିଲେ ଦୁଃଖ କ୍ରୋଧ ରୁଷି ବସେ ହତାଶେ
ସେ ଦିନ ଫେରିବନି ସ୍ମୃତି ଖାଲି ପାଉଁଶତଳ ନିଆଁ ହୋଇ
ଜାଳୁଥିବ ଉଦାସେ ଓ ଉପହାସେ
ସ୍ମୃତି ଭୁଲିଯିବା ପାଇଁ ଆଲଜାଇମର ରୋଗୀ ହୋଇ
ଜୀବନର ଶେଷ ଚତୁର୍ଥାଂଶେ
କେତକୀ ଚୁଆ ଚନ୍ଦନ କସ୍ତୁରୀ ମାଖିଲେବି
ପରଳଲଗା ଆଖି ସାକ୍ଷୀ ହୋଇ ପ୍ରକାଶେ
ଲୁହ ଲହୁ ମୋହ ମାୟା ଛନ୍ଦ କପଟ ସବୁକୁ
ଗଣ୍ଠିଲି କରି ଜେନତେନ ହରଷେ
ଆଖି କାନ ନାକ ପାଟି ଚର୍ମ ଧୋକା ଦେଇଚାଲିଛନ୍ତି
ଅସହଜ ମାତୃଭାଷା ପ୍ରକାଶେ
ଦୁଇଟୋପା ଅନ୍ଧାରରେ ଦୁଇମୁଠା ବୁନ୍ଦା ଲୁହ
ଝରିପଡ଼େ ଶେଷ ସ୍ପର୍ଶ ଶୀତରେ ବିବଶେ
ଆଖି କଥା ଓଠ ବୁଝେନାହିଁ ଏଠି ସମୟ ନିଅଣ୍ଟେ
ଆସୁଛି ଯାଉଛି ବରଷ ବରଷେ ପରଶେ
