ମନ ମୋର...
ମନ ମୋର...
ମନ ମୋର ଏକ ବାଆଁରା ଚଢେଇ
ଏଣେତେଣେ ବୁଲୁଥାଏ
ସ୍ନେହ ର ପରଶ ଟୋପାଏ ପାଇଲେ
ସେ ପଞ୍ଜୁରୀ ରେ ରହିଯାଏ
ସର ଲବଣୀ ର ମୋହ ନାହିଁ ତାର
ନାହିଁ ସୁନା ପଞ୍ଜୁରୀ ର ଆଶା
ଆପଣା ର କରି ଆଉଁସି କେ ଦେଲେ
ବାନ୍ଧେ ସେ ତା ନୀଡେ ବସା
ସୁନା ର ପଞ୍ଜୁରୀ ଲୋଡା ନାହିଁ ତାର
ପ୍ରୀତି ପଞ୍ଜୁରୀ ରେ ଖୁସି
ନିଃସ୍ଵାର୍ଥ ହୃଦୟ କେବେ ସେ ଦେଖିଲେ
ଦେଇଥାଏ ମୁରୁକି ହସି
ସୁନୀଳ ଗଗନେ ଉଡି ବୁଲିବାକୁ
ଡେଣା ଝାଡି ରହିଥାଏ
ସାଗର ଗରଭୁ ମୁକ୍ତା ର ସନ୍ଧାନ
କରିବାକୁ ଭାବୁଥାଏ
