STORYMIRROR

Akshayakumar Dash

Romance

3  

Akshayakumar Dash

Romance

ମନ କଥା

ମନ କଥା

1 min
229

ଚଇତି ପବନ ଛଇଳା ମନକୁ ଉଡାଇନେଉଛି ମୋର

ପାହାଡ଼ ତଳର ଝରଣା ଜଳରେ ସିନାନ ଥରକୁ ଥର ।


କୃଷ୍ଣଚୂଡାର ରଙ୍ଗ ତୋ ଓଠକୁ ଚୁମିଚୁମି ପିଏ ମଧୁ

ସହସ୍ରାଧିକ ଚୁମ୍ବନ ଲେହନ ପ୍ରଣୟ ନିଶାରେ ବଧୂ ।


ଶୀତେଇ ଉଠୁଛି ସଲସଲ ଦେହ ମନ ହୁଏ କଲକଲ

ଚରମ କ୍ରୀଡାକୁ ସରମ ଲାଗୁନି ଲୋଟିଗଲ ଭୂମି ତଳ ।


ଏକାକାର କରି ସରିତା ସାଗର ମୁହାଁଣ ମୁହଁରେ ସୁଅ

ସରଳ ତରଳ ଗରଳ ବହଳ ପୀରତି ପାଦୁକା ପାଅ ।


ଜୀବନ ଯୌବନ ନଦୀ ସିନାନରେ ଉତ୍ତାପ ହଟେଇ ଦିଅ

ଅସ୍ଥିର ଭାବନା କରେ ଆନମନା ଜାଗ୍ରତ ସଦା ରୁହ ।


ଜୋଛନାର ପ୍ରୀତି ରାତ୍ରୀ ଆଲିଙ୍ଗନ ଆକାଶ ହୁଏନି ଋଷି

ପରକୀୟା ପ୍ରୀତି ମିଠା ମିଠା ଲାଗେ ବୋଲି ଦେଖୁଥାଏ ବସି।


କଳ୍ପନାର କଳା କୁଶଳୀ ରମଣୀ ରମଣ କରିବା ପାଇଁ

ସ୍ୱପ୍ନ ବାସ୍ତବରେ ରୂପ ନିଏ ଯେବେ ତା ଠାରୁ ଅମୃତ ନାହିଁ ।


ପ୍ରେମ ହିଁ ଦେହର ଦେହ ହିଁ ଆଧାର ଉଦ୍ଧାର କରଇ ପ୍ରାଣ

ଶୃଙ୍ଗାର ଯୁଗଳ ନାରୀ ପୁରୁଷର ପ୍ରକୃତି ପୁରୁଷ ଦାନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Romance