ମନ କଥା
ମନ କଥା


ଚଇତି ପବନ ଛଇଳା ମନକୁ ଉଡାଇନେଉଛି ମୋର
ପାହାଡ଼ ତଳର ଝରଣା ଜଳରେ ସିନାନ ଥରକୁ ଥର ।
କୃଷ୍ଣଚୂଡାର ରଙ୍ଗ ତୋ ଓଠକୁ ଚୁମିଚୁମି ପିଏ ମଧୁ
ସହସ୍ରାଧିକ ଚୁମ୍ବନ ଲେହନ ପ୍ରଣୟ ନିଶାରେ ବଧୂ ।
ଶୀତେଇ ଉଠୁଛି ସଲସଲ ଦେହ ମନ ହୁଏ କଲକଲ
ଚରମ କ୍ରୀଡାକୁ ସରମ ଲାଗୁନି ଲୋଟିଗଲ ଭୂମି ତଳ ।
ଏକାକାର କରି ସରିତା ସାଗର ମୁହାଁଣ ମୁହଁରେ ସୁଅ
ସରଳ ତରଳ ଗରଳ ବହଳ ପୀରତି ପାଦୁକା ପାଅ ।
ଜୀବନ ଯୌବନ ନଦୀ ସିନାନରେ ଉତ୍ତାପ ହଟେଇ ଦିଅ
ଅସ୍ଥିର ଭାବନା କରେ ଆନମନା ଜାଗ୍ରତ ସଦା ରୁହ ।
ଜୋଛନାର ପ୍ରୀତି ରାତ୍ରୀ ଆଲିଙ୍ଗନ ଆକାଶ ହୁଏନି ଋଷି
ପରକୀୟା ପ୍ରୀତି ମିଠା ମିଠା ଲାଗେ ବୋଲି ଦେଖୁଥାଏ ବସି।
କଳ୍ପନାର କଳା କୁଶଳୀ ରମଣୀ ରମଣ କରିବା ପାଇଁ
ସ୍ୱପ୍ନ ବାସ୍ତବରେ ରୂପ ନିଏ ଯେବେ ତା ଠାରୁ ଅମୃତ ନାହିଁ ।
ପ୍ରେମ ହିଁ ଦେହର ଦେହ ହିଁ ଆଧାର ଉଦ୍ଧାର କରଇ ପ୍ରାଣ
ଶୃଙ୍ଗାର ଯୁଗଳ ନାରୀ ପୁରୁଷର ପ୍ରକୃତି ପୁରୁଷ ଦାନ ।