STORYMIRROR

Gitanjali Pujapanda

Classics Inspirational

4  

Gitanjali Pujapanda

Classics Inspirational

ମନ କଥା

ମନ କଥା

1 min
211

ସମୟ ଅସମୟ ଇଚ୍ଛା ହୁଏ ଲେଖିଦିଅନ୍ତି 

ମନ ର ସବୁ କଥା କୁ ଶବ୍ଦ ରେ ସଜେଇ।

ମନ ଯଦି ହୁଏ ଦୁଃଖ ରେବାତୁଳ ପ୍ରାୟ ହୃଦୟ 

କଥା କୁ ଭାଷା ପାଏ ନାହିଁ।

ମନ କଥା ସବୁ ମନେ ରହିଯାଏ ଲୁହ ଆଉ 

କୋହ ସହିତ ମିଶି ଯାଇ।

କେହି ଯଦି ଆପଣାର ଲୋକ ଟି ଦୁଃଖ 

ଦିଏ ଦୁଃଖ ର ଗଭୀରତା ବେଶି ଥାଏ ।

ଦୁଃଖ ର ଗଭୀରତା ଯଦି ମପାଯାଏ 

ମନ ଆହୁରି କ୍ଷତ ବିକ୍ଷତ ହୁଏ ।

ମନକଥା ଖାଲି ଆପଣାର ଲୋକଟି

ପାଖେ କହି ହୁଏ ।

ମନ କଥା ମନ ରେ ଯେବେ ରଖା ଯାଏ 

ହୃଦୟ ଦୁଃଖ ରେ ଭାଙ୍ଗିଯାଏ।

ମନ କଥା ବୁଝେ କେବଳ ତୁମ ପ୍ରତି ନିସ୍ୱାର୍ଥ

ପ୍ରେମ ରଖୁଥିବା ମଣିଷ ଟିଏ ।

ବାକି ତ କାଠପଥର ରୂପୀ ଭଗବାନ ବି 

ନ କହିଲେ ହୃଦୟ ରେ ଥାଇ ହୃଦୟ କଥା ଜାଣି ନିଏ।

ସେତିକି ବିଶ୍ୱାସ ନିହାତି ଦରକାର ମନ ଭିତରେ 

ମୃଗ ତ ଖାଲି କସ୍ତୁରୀ ପାଇଁ ପାଗଳ ହୁଏ 

ଜାଣି ପାରେ ନାହିଁ ସିଏ ନିଜମଧ୍ୟ କସ୍ତୁରୀ ସାଇତା ଥାଏ ।



Rate this content
Log in

Similar oriya poem from Classics