Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Abstract Action Inspirational

4  

Sunanda Mohanty

Abstract Action Inspirational

ମନ ଝରଣା

ମନ ଝରଣା

1 min
310


 

ଝୁମୁକା ନାଇ ନାଚୁଥାଇ ମନ ଝରଣା 

କୁଳୁକୁଳୁ ଗାଇ ମିଠା ମିଠା ଗାଉଣା 

ଦୁଇକୂଳେ କେତେ ତାର ସ୍ବପ୍ନ ଦୟଣା 

ଏତେ ସପନକୁ ରାତି ନିଅଣ୍ଟ ବୁଝେନା 

ସେ ଝରଣା ମାଗୁଥାଏ ପ୍ରେମ ପାଉଣା 

କେବେ କରେ ସତ ମିଛ ଅବତାରଣା 

ସ୍ବପ୍ନ ସର୍ତ୍ତ ଆଉ ସ୍ମୃତି ଢେଉ ମନଝରଣା 

ନଥାଏ ଛଳନା ପୁଣି ଥାଏ କଳପନା 

ସ୍ରୋତସ୍ୱିନୀ ମନ ହଜାଇ ନିଜ ଠିକଣା 

କଲ୍ଲୋଳନୀ ମନ ଗଞ୍ଜଣା ସହି ପାରେନା 

ପଲ୍ଲବିନୀ ମନ ମାଗେ କେବେ ଖେଳନା 

ଚଞ୍ଚଳମତି ଗାଏ ସେ ଗୀତି ଦେଖି ଆଇନା 

କୋମଳମତି ମନ ମାଗେ ପ୍ରତିଶ୍ରୁତି ଗହଣା 

ପିନ୍ଧି କେବେକେବେ ହୁଏ ଅରଣା ବାଟବଣା

ମନ ଝରଣା ଜାଣିଶୁଣି ଧୋକା ଦିଏନା 

ଭାଙ୍ଗିଗଲେ ତା ହୃଦୟ ଦେଖି ସହି ହୁଏନା 

ଅଙ୍କାବଙ୍କା ଗତି ସଜାଡ଼ିବା ଖାଲି ବାହାନା 

ପ୍ରୀତି ଫୁଲେ ବନ୍ଦାଇଲେ ନଥାଏ ଛଳନା 

ମମତା ଅର୍ଘ୍ୟ ସ୍ନେହ ଶିକୁଳୀ ବାନ୍ଧି ରଖନା 

ମନଝରଣାରେ ଉଜାଣି କରେ ବାଟମାରଣା 

ସ୍ବର୍ଗୀୟ ଝଡେ ଝରଣା ଝାଡେ ସ୍ନେହକରୁଣା 

ସାରସ୍ୱତ ଫୁଲ ଫୁଟି ବାସେ ଝରଣା ଅଗଣା 

ମନଝରଣାରେ ଫୁଟେ ପଦ୍ମ ହୁଏଵି ମାଜଣା

ମନଝରଣା ଖୋଜି ଭଲପାଇବା ବନ୍ଦାପନା 

ସ୍ନେହ ମମତା ଦରଦ ଖୋଜେ ଓଁକାର ଝୁଣା 

ପ୍ରତିଭା ବିକଶି ମନଝରଣାମନ ନହୁଏଉଣା 

ସତରେ ମନଝରଣା ପ୍ରୀତି ମୈତ୍ରୀ ରଙ୍କୁଣା ।


Rate this content
Log in

Similar oriya poem from Abstract