STORYMIRROR

Krishna Mishra

Classics

3  

Krishna Mishra

Classics

"ମନ ଚାହୁଁଥାଏ..."

"ମନ ଚାହୁଁଥାଏ..."

1 min
267

ମନ ତ ଚାହେଁ ଗୋଲାପ ଟେ ହେବାକୁ 

ପ୍ରୀତିର ପ୍ରତୀକ, କବରୀ ର ମହକ, ଚାହେଁନା ସେ କେବେ

 ହେବାକୁ ସୁବିଶାଳ ବଟ....

ମନ ପକ୍ଷୀ ଉଡେ ଖାଲି 

ଗମ୍ବୁଜ ଶିଖରୀକୁ, ନତୁବା ମନ୍ଦିର ନେତକୁ,

ତିଆରିବ ନୂଆ ମାଇଲଖୁଣ୍ଟ, ଭାଙ୍ଗି ପୁରୁଣାକୁ!

ନାରାଜ ସେ ନିଅଁ ଶିଳା ହେବାକୁ।

ନିଜ ଟେକରେ ମହୀୟାନ ସେ,

ଗୁଣଗାନ ପ୍ରିୟ,

ତ୍ୟାଗିବ କିମ୍ପାଇଁ କିଛି ବା କାହାକୁ?

ଜାଣିଛି ସେ ବଟ ହେଲେ,

ସମ୍ପର୍କ ତା' ମାଟିକୁ

ନିଅଁ ପରେ ଠିଆ ହୋଇ

ସଭିଏଁ ଉତ୍ତୁଙ୍ଗ, ନିଜ ଅଭିମାନେ!

ତ୍ୟାଗର ଵା କି ମୂଲ?

ହେଉ ପଛେ

କା'ର ଅପମାନ ଅବା କୁର୍ବାନ,

ଭୋଗୀ ମେଣ୍ଟାଇବ ଅରମାନ

ତଥାପି-

ରହିଛି ରହିବ ସେ ବଟ,

କେଉଁଠି ଗହଳ, କେଉଁଠି ଓଲଟ,

ଅବା କଳ୍ପବଟ,

ବିତରି ସବୁରେ 

ଶୀତଳ ଛାୟା, ବିମଳ ବାଆ,

ସେଇ ଭିତ୍ତିଶିଳା, ଇତିହାସ ଲେଖେ,

ଦିଶା ଦେଖୁଛି ସେ, ବେହାଲ ଦିଗହରା....

ସେ ତ୍ୟାଗ ତ ତୀତିକ୍ଷା,

ଆଲୋକ ଯା' ପରିଭାଷା ଜ୍ଞାନବାରିଧିର, 

ଅସୀମ ଅମୃତର.....

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics