STORYMIRROR

Sarojini Mishra

Classics

4  

Sarojini Mishra

Classics

ମନ ବୃନ୍ଦାବନ

ମନ ବୃନ୍ଦାବନ

1 min
342


ମନକୁ କରିଲି ବୃନ୍ଦାବନ ମୁହିଁ

ଦେହକୁ କଲି ମନ୍ଦିର

ଦେହ ମନ୍ଦିର ରେ ସ୍ଥାପନା କରିଲି

ସିଂହାସନ ମୁଁ ହୃଦର ।


ମନ୍ଦିର ବେଢାରେ ଆଙ୍କିଦେଲି ମୁହିଁ

ଭାବର ମୂରତି ମାନ

ସେ ଭାବ ମୂରତି ଓଠରେ ଭରିଲି

ତୋର ସେଇ ବଂଶୀ ସ୍ୱନ ।


ଚିନ୍ତା ଚେତନାର ପ୍ରତି ପାଖୁଡା ରେ

ଜାଳିଲି ଶ୍ରଦ୍ଧାର ଦୀପ

ଆତ୍ମାର କାନ୍ଥରେ ଲେପି ଦେଲି ମୁହିଁ

ବାସ ଚନ୍ଦନ ପ୍ରଲେପ ।


ସେଇ ବୃନ୍ଦାବନ ମନ୍ଦିର ବେଢ଼ାରେ

ନିଶ୍ଚଳ ହୋଇ ବସିଲି

କାନରେ ବାଜିଲା ବଇଁଶୀର ସ୍ଵର

ଆନନ୍ଦରେ ହଜିଗଲି ।


ମୋ ଚିନ୍ତା ଚେତନା ଆନ୍ଦୋଳିତ ହେଲା

ଆତ୍ମା ଆଲୋକିତ ହେଲା

ମୋ ଆତ୍ମାର ପ୍ରତି କୋଣ ଅନୁକୋଣ

ଚନ୍ଦନ ବାସେ ଭରିଲା ।


ମୋହ ମାୟା ସବୁ ବିଲୁପ୍ତ ହୋଇଲା

ଓଁ କାର ନାଦ ଶୁଭିଲା

ଦେହ, ମନ, ଆତ୍ମା, ଚିନ୍ତା ଓ ଚେତନା

ଅପୂର୍ବ ଭାବେ ଭରିଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics