STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Romance Inspirational

4  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Romance Inspirational

ମନ ବଗିଚାରେ

ମନ ବଗିଚାରେ

1 min
199

ମନ ବଗିଚାରେ ପ୍ରେମ ଯେବେ 

ଫୁଲ ହୋଇ ଫୁଟେ, 

ମହକ ତାର ହୃଦୟ ଛୁଇଁ 

ମଧୁ ଓଠେ ହସ ରଙ୍ଗ ଭରି ଚହଟେ। 


ପଲକେ ପୁଲକେ ଆଖିରେ ସପନ 

ଆଶାର ଜୁଆରେ ନାଚେ ଏ ଜୀବନ। 

ସାଥୀଟିଏ ସାଥୀ ତାର ଖୋଜି 

ନିଜ ଭିତରେ ନିଜେ ଯାଏ ହଜି। 


ଆକାଶର ଜହ୍ନ ତାରାରେ 

ଜହ୍ନି ଫୁଲର ହଳଦୀ ରଙ୍ଗରେ 

ପ୍ରିୟ ତାର ପ୍ରିୟାକୁ ଦେଖେ, 

ବାଦଲର ଫର୍ଦ୍ଦ ଫର୍ଦ୍ଦ କାଗଜରେ 

ବିଜୁଳିର ଝିଲ୍ ମିଲ୍ ଆଲୁଅରେ 

ଜୀବନ ସାଥୀର କାହାଣୀ ଲେଖେ। 


ନିସ୍ତବ୍ଧ ରାତିର ଅମା ଅନ୍ଧାରରେ 

ଜାଳି ଦେଇ ଜାଗର ଦୀପଟିଏ 

କେତେ କ'ଣ ଶୁଭ ମନାସେ, 

ଭିଜା ମାଟିର କୋମଳତାକୁ ପରଖି 

ବାଲିଘରର ସ୍ଵର୍ଗଟିଏ ରଚେ, 

ଆଗାମୀ କାଲିର ସମ୍ଭାବନାକୁ 

ସ୍ଵାଗତ କରି ଶୂନ୍ୟତାରୁ ପୂର୍ଣ୍ଣତା 

ପାଇବାକୁ ଆବେଗତାରେ ବଞ୍ଚେ। 


ମନ ବଗିଚାର ଚାରା ଗଛଲତାରେ 

ଅସୁମାରୀ ଫୁଲର କଳିକା,

ଏକ ସମ୍ମୋହିତ ବ୍ୟାକୁଳତା ନେଇ 

ଅପେକ୍ଷାରେ ରହିଥାଏ ଏକା। 


ଭାବର ଭାବନାରେ ଭାସି ଭସାଏ 

ଭରସାର ଭେଳାଟିଏ, 

ଭବ ସାଗରର କୂଳେ ପହଞ୍ଚିବାକୁ 

ପାଶେ ରଖି ବିଶ୍ଵାସର କାତ ବାଡିଟିଏ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance