STORYMIRROR

Er. Prakash Majhi

Classics

4  

Er. Prakash Majhi

Classics

ମମତା ର ଉପହାର

ମମତା ର ଉପହାର

1 min
428


ଅଭିନନ୍ଦନ ଅଭିନନ୍ଦନ

    ପ୍ରିୟା ତୁମ ଦୁଇ ଜଣଙ୍କୁ

ଭୁଲି ଭୁଲାଇଲୁ ହୃଦୟରୁ ତୋର

    ସ୍ନେହର ପଣତ କାନିକୁ। (୧)

ସରଳ ତୋହର କାଲିର ଜୀବନ

    ହେଇ ଯାଉ ଥରେ ସତେ

ବାଟେ ଯାଉଥିଲେ ମଥା ନଇଁ ମୋର

    ଲୁଚି ଦେଖୁଥିବି ତୋତେ। (୨)

ଦଣ୍ଡକ ପାଇଁଲୋ ଅନ୍ତର ମୋ'ର

    କରୁନାହିଁ ମୋହାଚ୍ଛନ୍ନ

ଯେତେ ବୁଝାଇଲେ ମାନୁ ନାହଁ ମୋର

    ଅମାନିଆ ପୋଡା ମନ। (୩)

ହାରିବାର ମଜା ଦୁଃଖର ଦମ୍ଭ

    ଛାତିକୁ କରି ପଥର

ବାଟେ ଚାଲେ ଗୋରୀ ଯନ୍ତ୍ରଣା ପଥରେ

    ନହୋଇ ଜମା ଅଥିର। (୪)

ଛାତିର କୋହରେ ଓଠର ହସ

    କାଳେ ପଡି ଯିବି ଧରା

ମୁହଁ ଲୁଚେଇ ଚାଲିଯାଏ ପ୍ରିୟା

    ତୁଣ୍ଡ ଖୋଲେ ନାହିଁ ପରା। (୫)

ଦେବାକୁ ମୋ ପାଶେ ନାହିଁ କିଛି ପ୍ରିୟା

    କେବଳ ପୀରତି ବିନା

ଅଧମ ଅକ୍ଷମ ନିଧନ ଟାଏ ମୁଁ

    ଅଠଟ ତୋ' ପ୍ରେମ ଦିବାନା। (୬)

ତୋ ପାଇଁ ଲେଖିବି ଅସଂଖ୍ୟ କବିତା

    ପାରିବୁକୁ ସବୁ ପଢି

ବେଳ ଗଡିଗଲେ ଡେଣା ମେଲେଇ

    ଦୂରେ ଯିବୁ ତୁ ଉଡି । (୭)

ନୂଆ ସକାଳରେ ଦେଖିବୁ ଲୋ ତୁ

    ନୂଆ ସୁରୁଜର ଶିଖା

ସବୁ ସ୍ମୃତି ତୋ'ର ଭୁଲିଯିବୁ ତୁ

    ପୁରୁଣା ସକାଳ ଫିକା। (୮)

ଲେଖିବାକୁ ଅଛି ଅନେକ କଥା ଲୋ

    ବଳ ନାହିଁ ମୋର ହାତେ

ଆଖିର ଲୁହରେ କବିତା ଭିଜେ ଲୋ

    ମନେ ରଖିଥିବୁ ମୋତେ । (୯)

ସପନକୁ ଭାଙ୍ଗି ଛାଡିଯାଉ ମୋତେ

    କରିଦେଇ ମୋତେ ପର

ଭାବିବୁନି ଏହା ଛାର କବିତାଟେ

    ମମତାର ଉପହାର। (୧୦)


Rate this content
Log in

Similar oriya poem from Classics