STORYMIRROR

Pratap Chandra Mishra

Inspirational

4  

Pratap Chandra Mishra

Inspirational

ମମତା ମୟି ଜନନୀ

ମମତା ମୟି ଜନନୀ

1 min
236


ବାତ୍ସଲ୍ୟ ପ୍ରେମର ନିର୍ଝରଣୀ

ସଙ୍କଟ ହାରିଣୀ

ସନ୍ତାନ ହିତେ ଚିର ଦୁଃଖିନୀ

ସନ୍ତାନ ତାଡନା ଅମାପ ହଯାଏ ଦେହେ।


ଭ୍ରୁଣ ଧାରଣ ଠୁ କଷଣ ସହି 

ଜନ୍ମିତ ଶିଶୁ ପାଇଁ ଆନନ୍ଦ ଅଶ୍ରୁ ବୁହାଇ

ପ୍ରସବ ବେଦନା ଖୁସିରେ ସହେ।



କୁଆଁ ରାବ ଶୁଣି ବିଭୋର

ନାରୀ ଜୀବନ 

ପୂର୍ଣ୍ଣାଙ୍ଗ ପ୍ରାପ୍ତ ତାହାର

ସେହି ଶିଶୁ ପାଇଁ 

ପ୍ରାଣ ବଳି ଦେବାକୁ

ମାଆ ର କେବେ ନ ଥାଏ ଡର।


ଚିରା ପଣତ ତା ଚାଦର 

ସ୍ଵର୍ଗ ଠୁଁ ବି କେଡେ ମନୋହର

ମଖମଲ ଆଭୂଷଣର

ଶୀତଳ ମଧୁମୟ ଆହା


ସ୍ତନ ଯୁଗଳ ରୁ ଅମୃତ

ବାଣ୍ଟି ସୃଷ୍ଟି ସଂରକ୍ଷଣ 

 ଜୀବ ମୁକ୍ତି ବାଟ ର ସାହା ।


ପୁରୁଷ କାଳ ରେ ଅବସର ଅଛି

ନିଏ ନା ସେ ଅବସର

କେବେ ତା ଜୀବନ କାଳେ।


ସନ୍ତାନ ସୁଖେ ନିଜ

ପେଟ କାଟି 

ଜହ୍ନ ,ବାଘ ମାମୁଁ

ଗପ କହି ପେଟ ପୁରାଏ

ବସାଇ କୋଳେ।



ଅଳିି ଅଝଟ ରେ ବିମୁଖ

ନ ହୋଇ

ସମାଧାନ ସହଜେ ବାଟ ବତାଇ ଦିଏ।


ସେ ସମାଧାନ ଆଗାମୀ ଜିବଚର୍ଯ୍ୟା ରେ ସବୁ ବିପତ୍ତି ରେ ବଜ୍ର କବଚ ହୋଇରହେ।


ଧନ ପ୍ରାଚୁର୍ଯ୍ୟ ମୋତି ମାଣିକ ଦେଇ ମନଲାଖି

ଚିଜ କିଣା ଯିବ।


ବିଶ୍ଵ ବଜାର ବୁଲି ଖୋଜିଲେ ନିଜ ମାଆ କୁ କିଏ କି କିଣି ପାରିବ ?


ଖଇ ଫୁଟା ଦେହ ମାଆ

ହାତ ଆଉଁସା ରେ ଉଭେଇ ଯାଏ ତାତି କାହିଁ।


ପିଠି କୁ ପେଟ ଚାପି ଥିବା କ୍ଷୁଧା କଷଣ କୁ 

ମାଆ ନଜରରୁ ଲୁଚାଇ ପାରେ କି କେହି ?


 ମାଆ ର ଆସ୍ଥାନ ଯେଉଁ ଘରେ ରହେ

ପୂରି ଉଠେ ସେହି ଘର


ତାହାରି ହରଷେ ଅମୃତ ବରଷେ ସେ ଘର ହୁଏ ସ୍ବର୍ଗ ପୁର।


ମୁକ୍ତାକାଶ ତଳେ ବସୁଧ୍ୟା ଉପରେ

ଅଦ୍ଭୁତ ଶକ୍ତି ର ଅମୋଘ ଅସ୍ତ୍ର।


ବୋଉ ବୋଉ ଡାକି ତାରି ଆଶିଷ ବଳରେ ମିଳଇ ବଞ୍ଚି ବା ଜୀବନ ଶାସ୍ତ୍ର।


ପୁଣ୍ୟ ଭୂମି ଭାରତ କୋଳରେ ଜନ୍ମିତ ଜୀବନ ଚିର ଋଣି ତାହାରି ଶ୍ରୀ ଚରଣେ।


ସାତ ଜନମ ପାଇଲେ ସୁଦ୍ଧା ତା ଋଣ ଶୁଝି ପାରିବିନି ଅଧମ ଏ କଥା ଜାଣେ ।


ମୁକୁଳା ହାତ କୁ ଯୋଡ଼ି ବିନମ୍ର

କରୁଛି ଅୟୁତ୍ତ ପ୍ରଣାମ।


ଅଥକା ପାଦକୁ ସମ୍ମାନ ରେ ଚୁମି ଚୁମି

ଭକ୍ତି କୁସୁମାଞ୍ଜଳି ଦେଇ

ଗାଉଛି ତୁମ ସାର୍ଥକ ମାଆ ନାମ....।

 

ମାତୃ ଶକ୍ତି ମାତୃ ଭକ୍ତି ହୃଦୟ ରହୁ ଚିର ମଗନ।


ନିର୍ମଳ ହୃଦୟେ ଏତିକି କହିବି ବୋଉ; ତୁ ସୂକ୍ଷ୍ମ

ଶବ୍ଦ ରେ ଖାଲି ମହାନ....

ବୋଉ ତୁ ଖାଲି ମହାନ....।


Rate this content
Log in

Similar oriya poem from Inspirational