Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Inspirational

4  

Jayashree Maharana

Inspirational

ଜାତିଭେଦ

ଜାତିଭେଦ

1 min
280


ବିଶାଳ ସଂସାରେ ଏ ମନୁଷ୍ୟ ଜାତି

ସର୍ବଶ୍ରେଷ୍ଠ ରୂପେ ଜଣା

ଜାତିଭେଦ ନୀତି ଗ୍ରାସିଛି ସମାଜେ

ହେଉଛନ୍ତି ବାଟବଣା ।


ବୈଦିକ ଯୁଗରେ କର୍ମ ଅନୁସାରେ

ଚାରିଜାତି ହେଲେ ଉଭା

ବ୍ରାହ୍ମଣ,କ୍ଷତ୍ରିୟ,ବୈଶ୍ୟ ଲୋକଙ୍କର

ଶୁଦ୍ର କରୁଥିଲେ ସେବା ।


ସେବା ଯିଏ କରେ ଅଛୁଆଁ କି ହୁଏ

ଲାଗେ ଭାରି ଆଚମ୍ବିତ

ବିଚିତ୍ର ଆମର ଚିନ୍ତାଧାରା ସତେ

କେଉଁ ରୋଗେ କବଳିତ ?


ସକଳ ମନୁଷ୍ୟ ଈଶ୍ୱର ସନ୍ତାନ

ପଢୁଅଛ ପୁରାଣରେ

ତଥାପି କାହିଁକି ଜାତିର ପ୍ରାଚୀର

ଗଢିଅଛ ସମାଜରେ ?


ସଭିଙ୍କ ଶରୀରେ ସମାନ ରକତ

ବୋହୁଅଛି ପ୍ରମାଣିତ

କୁପ୍ରଥା ଜାବୁଡି ଆତ୍ମବଡିମାକୁ

କରୁଅଛ ପ୍ରଦର୍ଶିତ ।


ପ୍ରକୃତ ଶିକ୍ଷା ଯେ ପାଇଛି ଜୀବନେ

କରେନାହିଁ ଜାତିଭେଦ

ମିଳିମିଶି ଚାଲ ଘୃଣିତ ପ୍ରଥାକୁ

କରିଦେବା ଆମେ ବନ୍ଦ୍ ।


ଜାତିଭେଦ ପରି ମିଥ୍ୟା ଅହମିକା

ପ୍ରଗତିର ଅନ୍ତରାୟ

କୁପ୍ରଥା ବିଲୋପେ ନୂତନ ଯୁଗର

ନିଶ୍ଚେ ହେବ ଅଭ୍ୟୁଦୟ ।



Rate this content
Log in

Similar oriya poem from Inspirational