ମକର ସଂକ୍ରାନ୍ତି
ମକର ସଂକ୍ରାନ୍ତି
ସୁରଜ୍ ଦେବତା ସବୁ ରାଶି ନ
ମାସେ ମାସେ ଦିନ ରହେସନ୍,
ଗୁଟେ ରାଶି ନ ଆଉ ଗୁଟେ ରାଶି କେ ଗଲେ
ତାକେ ସଂକ୍ରାନ୍ତି କାଲ୍ କହେସନ୍।
ଯେନ ଦିନ ସୁରଜ୍ ଦେବତା
ମକର ରାଶିନ ଢୁକ୍ସନ୍,
ଆମର ଇନ ଲୁକେ ସେ ଦିନକେ
ମକର ସଂକ୍ରାନ୍ତି ବଲି ମାନସନ୍ ।
ହେ ଦିନ କହେସନ ପରେ ସୁରଜ୍ ଦେବତା
ତାଙ୍କର ପୁଓ ଘରକେ ବୁଲି ଯାଏସନ୍,
ଶନି ମାହାପୁରୁ ମକର ରାଶିର ଦେବତା
ବାପ ପୁଓ ଭେଟ୍ ହେସନ୍ ।
ଧନୁ ରାଶିନୁଁ ମକର କେ ଗଲେ
ତାଁକର ଉତ୍ତର ଆଡକେ ଢ଼ଲନ ଟିକେ ହେସି
ସେଥିର ଲାଗି ସବକୁ ଆମକୁ
ଦିନ ବଡ ଆଉ ରାଏତ୍ ଛୋଟ ଲାଗସି ।
ପୁରାନ କହେସି ଇ ଦିନକେ
ଭୀଷ୍ମ ଟାକି କରିଥିଲେ ,
ଭଲ ଦିନଟେ ଆଏଲା ବଲି
ସରଗ ଧାମ୍ କେ ଗଲେ।
ଇ ଦିନ ଗଙ୍ଗାକେ ସରଗନୁ ମର୍ତ୍ୟକେ
ଭାଗିରଥୀ ଆନିଥିଲେ,
ଭକ୍ତିର ଭାବେ ଖୁସ୍ ହେଇକରି
ଶିବର୍ ଜଟାନୁ ଝରିଗଲେ।
ମକର ସଂକ୍ରାନ୍ତି ଗୁଟେ ବଡ଼ ପରବ୍ ଆଏ
ଲାଗ୍ସି ବଢ଼େ ଖୁସି,
ଅଲଗା ଅଲଗା ରାଏଜ୍ ନ ଅଲଗା ନାଁଥି
ମାନସନ ଭାରତବାସୀ।
ତାମିଲନାଡୁ ଆଉର୍ ପଣ୍ଡିଚେରୀ ନ
ଇଟାର ନାଆଁ ପୋଙ୍ଗଲ ହେଇଛେ
ପଞ୍ଜାବ ସାଙ୍ଗେ ହରିଆଣା ରାଏଜ
ଲୋହରି ବଲି ମାନୁଛେ ।
ଆମର ଓଡ଼ିଶା ନ ମକର ସଂକ୍ରାନ୍ତି
ପୁଷ ସଂକ୍ରାନ୍ତି କହୁଛନ ବଙ୍ଗାଲି,
ବିହୁ ବଲିକରି ଅସାମେ ମାନ୍ସନ୍
ନଚାଡେଗା ହେସି ଗାଆଁ ଖୁଲି ।
ଆମର ସଂସ୍କୃତିର ଇଟା ଖୁସିର ପରବ
ଖାଏମା ଲଡୁ ରାଶି,
ଭାବ୍ ବଢ଼ାମା ମକର ବସମା
ସଭେ ନାଚମା ଡେଗମା ମିଲିମିଶି।
ଇ ଦିନ ସକାଳୁ ଗାଧି ବୁଡ଼ିକରି
ମକର ଭୋଗ୍ ଲଗାସନ୍ ସଭେ ,
ବଡ଼ ମାଏନ୍ତା ମାନ୍ କୁ ମୁଡ଼ିଆ ମରା ସାଙ୍ଗେ
ଦାନ୍ ଦପାନ ହେସି ଭକ୍ତିର୍ ଭାବେ।
ରାଜସ୍ଥାନ ଆଡ଼େ ପତାଙ୍ଗି ଉଡ଼।ସନ୍
ସବୁ ଲୋକେ ମିଶିକରି ,
ଖାଇବାର ମଜା ଇ ଦିନ ଖିଚଡ଼ି ସାଙ୍ଗେ
ମିଠେଇ ଆଉର କ୍ଷୀରି।
ଇ ଦିନ କର୍ଲେ ଦାନ ଦପାନ ସଂଗେ
ଜପ୍ ତପ୍ ଅନୁଷ୍ଠାନ,
ନିଜର ସାଙ୍ଗେ ଦେଶର ମଙ୍ଗଳ ହେସି
କଲେ ମହାପୁରୁ ଧ୍ୟାନ।
ସଂକ୍ରାନ୍ତିର ଖୁସିର ଦିନେ ଗୁରୁଜନ ମାଏନ୍ତା ମାନକୁ
କରୁଛେଁ ମୁଇଁ ଜୁହାର ,
ମହାନ୍ ଆମର୍ ସଂସ୍କୃତି ପରମ୍ପରା
ଆମର ଗରବ୍ ଆମର ତିହାର ।
