STORYMIRROR

Sadananda Sahoo

Romance Others

3  

Sadananda Sahoo

Romance Others

ମିତ୍ର ମୋର ସ୍ପନ୍ଦନରେ

ମିତ୍ର ମୋର ସ୍ପନ୍ଦନରେ

1 min
243


ସ୍ମୃ୍ତିରୁ ବିସ୍ମୃ୍ତି ହୋଇନାହିଁ ଛବି 

   ଭାସି ଉଠେ ଚିତ୍ରରାଜି , 

ଭାବ ବନ୍ଧନର ସମ୍ପର୍କର ଡୋର 

   କୁହୁକ ସାଜିଛି ଆଜି  ! ! 


ମୋ' ସହପାଠିନୀ ପରାଣ ସଙ୍ଗିନୀ 

   ପଦ୍ମଜା ବୀଭଜା ପଦ୍ମା , 

ସରାଗ ମନରେ ହସର ଜୁଆରେ 

   ବୁଡି ରହୁଥିଲା  ସଦା  ! ! 


ସମୟ ଅନ୍ତରେ ହଜିଗଲା ସେ'ଯେ 

  ସଂସାରୀ ଜଞ୍ଜାଳେ ଭାସି , 

ହସର ଆସର ହୋଇଗଲା ସ୍ଵପ୍ନ

    ଅପସରିଗଲା  ଖୁସି  ! ! 


ବହୁଦିନ ପରେ ଦେଖାହେଲା ଥରେ 

     ବନ୍ଧୁମିଳନର ପର୍ବେ, 

ହେଲି ବିମୋହିତ ଦେଖି ତା'ର ବେଶ 

   ପାଛୋଟି ନେଲୁତ ସର୍ବେ ! ! 


ଖୁସିର ମାହୋଲ  ଥିଲାତ ଅତୁଲ୍ୟ 

    ବନ୍ଧୁ ଗହଣରେ ପଦ୍ମା , 

ସରାଗେ କହିଲା ହେମନ୍ତ'ତ ରାଜା 

  ମୋତେ କାହିଁ ଏତେ ଖୋଜା ! ! 


କୈଶୋର'ର ସାଥୀ ପାରିନିମୁଁ' ଭୁଲି 

    ଏଇ ମୋ' ଅନ୍ତର କଥା , 

ସମ୍ପର୍କର ଡୋରି  ଆଣିଛିରେ ଟାଣି 

    ଅଭୁଲା ଏ'ସ୍ମୃ୍ତି ଗାଥା  ! ! 


ଶୁଭ ଅବସରେ ବନ୍ଧୁ ମିଳନରେ 

   ଦୁଃଖସୁଖ  କରଭାଗ 

ଅବସନ୍ନ କ୍ଳାନ୍ତି ଯିବ ହେ' ଦୂରେଇ 

   ପ୍ରାପ୍ତି ହେଵ ସୁଖମାର୍ଗ  ! ! 


ପ୍ରତି ନବବର୍ଷେ  ପାଳିବା ସରବେ 

   ବନ୍ଧୁତ୍ଵ  ମିଳନ ପର୍ବ 

ଖାଦ୍ୟ ମଣୋହିରେ ଜମିବ ଆସର 

   ଅତୁଟ ରହିବ ଭାଵ ! ! 


ଭୁଲିବନି ପଦ୍ମା ଏ' ହେମନ୍ତ କଥା 

    ତୁମେ ମୋ' ହୃଦ ସଙ୍ଗାତ 

ଆସିବ ନିଶ୍ଚୟ  ଏ'ତୁମରି ପରବ 

   ତୁମେତ ସଭିଁଙ୍କ  ମିତ ! ! 


Rate this content
Log in

Similar oriya poem from Romance