STORYMIRROR

Sukadev Mahanta

Inspirational

3  

Sukadev Mahanta

Inspirational

ମିଲେନିଆଲର ବାଲ୍ୟ ବନ୍ଧୁତା

ମିଲେନିଆଲର ବାଲ୍ୟ ବନ୍ଧୁତା

1 min
129

ଆଜିର ଏ ଡିଜିଟାଲ   ଇଣ୍ଟରନେଟ ଯୁଗରେ

   ସବୁଠି କମ୍ପ୍ୟୁଟର ବିଜ୍ଞାନ ରାଜୁତି

ଆବାଳ ବୃଦ୍ଧ ବନିତା    ସାରା ବିଶ୍ବର ଜନତା

     ଡିଜିଟାଲ ବସ୍ତୁସବୁ କରିଛି ସାଥି

     ଜଳ ବିନା ଝସ ଯେମିତି

ସୂଚନା ପ୍ରଯୁକ୍ତି ବିନା ନର ସେମିତି ।


ଶିଶୁରୁ ଯୁବକ ପୁଣି    ଯୁବକରୁ ବୃଦ୍ଧ ଯାଏ

   ସର୍ବ  ହସ୍ତେ ଶୋହୁଛି ମୋବାଇଲ୍ ଫୋନ

ସର୍ବ ଜ୍ଞାନର ଭଣ୍ଡାର    କରେ ପୁଣି ଛାରଖାର

    ଆଜି ମାନବର ସାମାଜିକ ଜୀବନ

     ସମାଜଠୁ କରେ ବିଛିନ୍ନ

ସଭିଙ୍କ ହାତରେ ଥିବା ମୋବାଇଲ୍ ଫୋନ ।


ଦିନେ ଥିଲା କୋଳା ହଳ    ସକାଳ ସଞ୍ଜର ବେଳ

    ଶିଶୁ କିଶୋର ମାନଙ୍କ ପ୍ରାଙ୍ଗଣେ ମେଳ

 ଥଟ୍ଟାମଜା ହସଖେଳ     ଗୁଲି ଗପ କୁସ୍ତି ଖେଳ

     ସାଙ୍ଗସାଥି ମଳେ ନାନା ରକମ ଖେଳ

        ଅପାସୋରା ସେ ବାଲ୍ୟ କାଳ

ବାଲ୍ୟ ବନ୍ଧୁ ସାଥେ ବିତା  ଅଭୁଲା କାଳ ।


ଟିକିଏ ସୁଯୋଗ ହେଲେ   ସାଙ୍ଗ ସାଥି ସଙ୍ଗେ ମେଳେ

     ଯାଇ ପହଞ୍ଚିବା ଥିଲା ଗୋଟିଏ ନିଶା

ସାଙ୍ଗ ସାଥିଙ୍କ ଆଦର   ସ୍ନେହ ଶ୍ରଦ୍ଧା ନିରନ୍ତର 

    ସଚ୍ଚା ଭଲପାଇବାର ସରଗପୁର

      ଆସିଲା ମୋବାଇଲ ଚୋର

ଚୋରି କରି ନେଲା ଖୁସି ସେହି ଦିନର ।


କମ୍ପ୍ୟୁଟର ସହସ୍ରାବ୍ଦ     ସର୍ବେ କରି ଦେଲା ସ୍ତବ୍ଧ

     ଶିଶୁଟିଏ ଲୋଡୁନାହିଁ ସାଙ୍ଗ ସାଥିର

ପ୍ରାଙ୍ଗଣକୁ ଯାଉନାହିଁ    ସାଙ୍ଗମେଳେ ମିଶୁନାହିଁ

      ଲୋଡୁନାହିଁ ସାଥିମେଳେ ଖେଳାଖେଳିର

      ହଜାଇଛି ବାଲ୍ୟ ବନ୍ଧୁତା

ହରାଇଛି  ବାଲ୍ୟଜୀବନ ମଧୁରତା ।


କମ୍ପ୍ୟୁଟର  ମୋବାଇଲ     ଫୋନ ହସ୍ତେ କଟେ କାଳ

      ଲୋଡାନାହିଁ ଆଜି କିଛି ଆଜି କାହାର

ଭୁଲିଯାଏ ସାଙ୍ଗ ସାଥି     ପିତା ମାତା ଜାୟା ପତି

     ଠିକ୍ ଲାଗୁନାହିଁ ମତି ଗତି କାହାର

       ଅଭିଶାପ ଏ ବିଜ୍ଞାନର

ଶିଶୁ ହସ୍ତେ ମୋବାଇଲ ଫୋନ ଦେବାର ।


ମନେ ପଡେ ସେଇ ଦିନ   ମନେ ଦୁଃଖ ଯେଉଁ ଦିନ

    ସାଙ୍ଗ ସାଥି ଆସି ଦେଇ କେତେ ସାନ୍ତ୍ବନା

ବୁଝାଇ ସୁଝାଇ କେତେ   ନାନା ମଜା କଥା କହି

     ଭୁଲାଇ ଦିଅନ୍ତି ଯେତେ ଦୁଃଖ ଯାତନା

       ଆଜିର ଶିଶୁ ଆନ ମନା

ଗେମ୍ ଖେଳି ଆତ୍ମହତ୍ୟା କରଇ ସିନା ।


ଦିନଥିଲା ପିତାମାତା    ନାନା ବାୟା ଗୀତ ଗାଇ

     ଶିଶୁଟିକୁ ସହଜରେ ଭୁଲାଉଥିଲେ

ଆଧୁନିକ ପିତା ମାତା     ଶିଶୁଟିଏ କାନ୍ଦୁଥିଲେ

    ମୋବାଇଲ ଫୋନଟିଏ ଦିଅନ୍ତି ହେଳେ

       ତହିଁରେ ଶିଶୁ ହୁଅଇ ଖୁସି

ଫୋନ୍ ଗେମ୍ ନିଶାରେ ଶିଶୁ ଯାଏ ଫଶି ।


ଆଗକୁ ଶିଶୁଟି କ୍ରମେ    ପଡି ମୋବାଇଲ ପ୍ରେମେ

    ଭୁଲିଯାଏ ସ୍ନେହ ପ୍ରୀତି ଶ୍ରଦ୍ଧା ମମତା

କମ୍ପ୍ୟୁଟର ଗେମ୍ ନିଶା    କବଳେ ଭୋଗେ ଦୁର୍ଦ୍ଦଶା

      ହରାଇ ବସଇ ଶିଶୁ ବାଲ୍ୟ ବନ୍ଧୁତା

       କରିବାକୁ ଟାସ୍କ ପୂରଣ

ଆତ୍ମମହତ୍ୟା କରି ହାରି ଦିଏ ଜୀବନ ।


ଶୁଣ ଆହେ ବନ୍ଧୁଗଣ    ସର୍ବେ ହୁଅ ସଚେତନ

      ତୁମ କାର୍ଯ୍ୟାବଳୀ କର ଅନୁଶୀଳନ

ଶିଶୁର ନିଅ ଯତନ    କର ତାକୁ ଅନୁଧ୍ୟାନ

   ସଚେତନେ ଜୀବନକୁ କର ଗଠନ

       କରି ସେ ପଠନ ପାଠନ

ବିତାଇବ ଯେହ୍ନେ ସାମାଜିକ ଜୀବନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational